ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଶଙ୍ଖ କ୍ଷେତ୍ର ଆୱାର୍ଡ଼ ରେ ସମ୍ମାନିତ ହେଲେ ଥୁଆମୁଳ ରାମପୁର ବ୍ଲକର କଳାକାର ଲମ୍ବୋଦର ନାଏକ 

ଥୁଆମୂଳ ରାମପୁର : ୩୧/୦୫ – (ମନିସ):- ପୁରୀ ଜିଲ୍ଲା ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶାର ଅଗ୍ରଣୀ କଳାକାର ମାନଙ୍କର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ। ଏଥିରେ ପୁରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ସଚିବ ରଞ୍ଜନ କୁମାର ଦାହ ମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ଦିନେଶ କୁମାର ମଲ୍ଲିକ ଚଳଚ୍ଚିତ୍ର ନିର୍ଦ୍ଦେଶକ ବା ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ଚଳଚ୍ଚିତ୍ର ଅଭିନେତା ଯଥା ସଙ୍ଗୀତ ନିର୍ଦ୍ଦେଶକ, ବସନ୍ତ କୁମାର ଦାସ, ସଙ୍ଗୀତ ମୂର୍ଚ୍ଛନା ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲା ସଂସ୍କୃତି ସଭାପତି ପ୍ରମୁଖ ଯୋଗ ଦେଇ ସାରା ରାଜ୍ୟର କୋଣ ଅନୁକୋଣ ରୁ ଆସିଥିବା ସମସ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ର ଲମ୍ବୋଦର ନାଏକ ଙ୍କୁ ଶଙ୍ଖ କ୍ଷେତ୍ର ଆୱାର୍ଡ଼ ୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପ୍ରଥମେ ସାରା ରାଜ୍ୟର କୋଣ ଅନୁକୋଣ ରୁ କଳାକାର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପରେ ଚିହ୍ନଟ କଳାକାର ମାନଙ୍କୁ ନେଇ ଗତ ତା ୨୮/୦୫/୨୦୨୨୩ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାରୁ ୬ ଜଣ କଳାକାର ମନୋନୀତ ହୋଇଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି କୋକସରା ବ୍ଲକ ର ୩ ଜଣ ସୁନୀଲ ଧଙ୍ଗଡା ମାଝୀ , ସୁଧାଂଶୁ , ପ୍ରଦୀପ ନାଏକ ଏବଂ ଜୁନାଗଡ଼ ବ୍ଲକ ରୁ ୨ ଜଣ ଦେବଦର ଡଗ୍ରୀ, ପ୍ରଦୀପ ମେହେର ଓ ଥୁଆମୂଳ ରାମପୁର ବ୍ଲକ ରୁ ଲମ୍ବୋଦର ନାଏକ,କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରତିଭା ସମ୍ପର୍ଣ୍ଣ ବ୍ଯକ୍ତି ଶ୍ରୀ ଲମ୍ବୋଦର ନାଏକଙ୍କୁ ଏନେଇ ଅଞ୍ଚଳରେ ପ୍ରଶଂସାର ସୁଅଛୁଟୁଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପୁଣି ଫେରିଲା ଏକ ଦାଦନ ଶ୍ରମିକ ର ଶବ। ରୋଜଗାରିଆ ପୁଅକୁ ହରେଇ ପରିବାର ବେସାହାରା

masiha

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ

masiha

କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ଉତ୍ସବ ଅବସରରେ ଔଷଧୀୟ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!