ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ 

ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା : ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫଓ ଯଶବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ନିଆଁ ନିବାରଣ ନେଇ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମାଞ୍ଚଳ ରେ ଓଡ଼ିଆ ଓ ସାଦ୍ରୀ ଭାଷାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଉଛି l ଯାହାଦ୍ୱାରା ସ୍ଥାନୀୟ ଲୋକେ ସହଜ ରେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ବୁଝି ପାରୁଛନ୍ତି l କଳାକାର ବାପି ପଲାଇ, ରଶ୍ମିତା ବିଷୋୟୀ, ଅଭିପ୍ସା ପ୍ରମୁଖ ସୁନ୍ଦର ଅଭିନୟ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି l ପାନପୋଷ, ବିଶ୍ରା, ବାଙ୍କୀ, ବିରମିତ୍ରପୁର, କୁଆଁରମୁଣ୍ଡା ଓ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ସହ ସଚେତନତା ସଭା ଅନୁଷ୍ଠିତ ହେଊଛି l ଆଜି ରଜାମୁଣ୍ଡା ର ସାଲେଇପଲ୍ଲୀ ହାଟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଫରେଷ୍ଟର ଏଚ. ସି. ଜେନା, ଫରେଷ୍ଟ ଗାର୍ଡ ଏସ.ଏସ. ଡାଙ୍ଗ, ସ୍କ୍ୱାଡ଼ ସାଗର କୁମ୍ଭାର, ଏବଂ ମା’ ବୈଷ୍ଣବ ଦେବୀ ମନ୍ଦିର ତଳଛକରେ ଆୟୋଜିତ କାର୍ଯ୍ୟକ୍ରମରେ ଫରେଷ୍ଟର ରୀତାଞ୍ଜଳି ଶତପଥି ଓ ବିଜୟ କଲେର, ଫରେଷ୍ଟ ଗାର୍ଡ ସଂଗ୍ରାମ ବାରିକ ଓ ଗୀତାଞ୍ଜଳି ଏକ୍କା ,ଫରେଷ୍ଟ ସ୍କ୍ୱାଡ଼ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇ ଥିଲେ l ସେହିପରି ପିଏମଶ୍ରୀ ଆର.ଇ.ସି କ୍ୟାମ୍ପସ ହାଇସ୍କୁଲ ଓ ଝିରିପାଣି ବାଜ଼ାର ନିକଟରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବନ୍ଧମୁଣ୍ଡା ଫରେଷ୍ଟ ଗାର୍ଡ ମଞ୍ଜୁ ସୁନାନୀ ଉପସ୍ଥିତ ଥିଲେ l 

ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକ ଦାସଙ୍କ ସଂଯୋଜନାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି l ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ ହେବା, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ହେବା ଓ ଏହା ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିବା ସମର୍କ ରେ ଲୋକଙ୍କୁ ଅବଗତ କରାଯାଉଛି l ଏଣୁ ଶୁଖିଲା ପତ୍ର ରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଉଛି l ବିଶେଷ କରି ମହୁଲ ସଂଗ୍ରହ ପାଇଁ ଗଛ ଚାରିପଟେ ପଡ଼ିଥିବା ଶୁଖିଲା ପତ୍ରରେ ନିଆଁ ନଲଗାଇବାକୁ ନିବେଦନ କରାଯାଉଛି l ପଥପ୍ରାନ୍ତ ନାଟକ ସହ ରୋଡ଼ ସୋ, ରାଲି ଓ ସଭା ମାନ କରାଯାଉଛି l କେତେକ ସ୍ଥାନରେ ଅଞ୍ଚଳ ବାସୀ ଜଙ୍ଗଲ ସୁରକ୍ଷା ନେଇ ଶପଥ ପାଠ କରୁଛନ୍ତି l ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ଜନସାଧାରଣ ଉପସ୍ଥିତ ରହୁଥିବା ପରିଲକ୍ଷିତ ହେଉଛି l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁସଙ୍ଗ ରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ 

masiha

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ସୁସ୍ଥ ସମାଜ ଗଠନ ପାଇଁ କ୍ରାନ୍ତିଯାତ୍ରା

Sunil Chandra Nayak

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

Sunil Chandra Nayak

Leave a Comment

error: Content is protected !!