ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମକେସିଜି ମେଡ଼ିକାଲରେ ଅବ୍ୟବସ୍ଥା: ରେଡ଼ିଓଲୋଜି ବିଭାଗରେ ରୋଗୀ ହେଉଛନ୍ତି ଅସ୍ତବ୍ୟସ୍ତ ,ଅଧୀକ୍ଷକଙ୍କ ନିୟନ୍ତ୍ରଣ ବାହାରେ କର୍ମଚାରୀ 

ଏମକେସିଜି ମେଡ଼ିକାଲରେ ଅବ୍ୟବସ୍ଥା: ରେଡ଼ିଓଲୋଜି ବିଭାଗରେ ରୋଗୀ ହେଉଛନ୍ତି ଅସ୍ତବ୍ୟସ୍ତ ,ଅଧୀକ୍ଷକଙ୍କ ନିୟନ୍ତ୍ରଣ ବାହାରେ କର୍ମଚାରୀ 

ବ୍ରହ୍ମପୁର, ତା ୦୩/୦୪ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଏମକେସିଜି ମେଡ଼ିକାଲରେ ରେଡ଼ିଓଲୋଜି ବିଭାଗରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଥିପାଇଁ ରୋଗୀମାନେ ଦୀର୍ଘ ସମୟ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ, ଏକ୍ସ-ରେ ପରୀକ୍ଷା ପାଇଁ ଶହ ଶହ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ରହୁଥିବା ବେଳେ, କର୍ମଚାରୀମାନେ ସେଥି ଅନୁସାରେ ତତ୍ପରତା ପ୍ରକାଶ କରୁନାହାନ୍ତି l ଅନେକ କ୍ଷେତ୍ରରେ ରୋଗୀମାନଙ୍କ ଏକ୍ସ-ରେ ହୋଇ ନ ପାରି ସେମାନେ ନିରାଶ ହୋଇ ଫେରୁଛନ୍ତି l ବିଶେଷକରି ମଧ୍ୟାହ୍ନ ଭୋଜନ ବିରତି ସମୟରେ ବିଭାଗର କାର୍ଯ୍ୟ ପ୍ରାୟ ଠପ୍ ହୋଇଯାଉଛି। ନିର୍ଦ୍ଧାରିତ ୧.୩୦ ରୁ ୨.୩୦ ପରିବର୍ତ୍ତେ କର୍ମଚାରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ବିରତି ନେଉଥିବାରୁ ରୋଗୀମାନେ ଅଧିକ କଷ୍ଟ ପାଉଛନ୍ତି। ଦୂର ଅଞ୍ଚଳରୁ ଆସୁଥିବା ରୋଗୀମାନେ ଅତିରିକ୍ତ ଖର୍ଚ୍ଚ ସହ ଆଉ ଗୋଟିଏ ଦିନ ରହିବାକୁ ବାଧ୍ୟ ହେଉଛନ୍ତି l ଏହାସହିତ, କିଛି କର୍ମଚାରୀଙ୍କ ଅସଦ୍ ବ୍ୟବହାର ଓ ଅନଭିଜ୍ଞ ନର୍ସମାନଙ୍କ ତରଫରୁ ସଠିକ୍ ପରାମର୍ଶ ନ ମିଳିବା ନେଇ ମଧ୍ୟ ଅଭିଯୋଗ ହେଉଛି l ଏପରି ପରିସ୍ଥିତିରେ ମେଡ଼ିକାଲ୍ ଅଧୀକ୍ଷକ ଡା. ଦୁର୍ଗା ପ୍ରସାଦ ଶତପଥୀଙ୍କ ନିୟନ୍ତ୍ରଣ ଓ ପରିଚାଳନା ଉପରେ ପ୍ରଶ୍ନ ଉଠୁଛି । ଏନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଓ ଆଇନଜୀବି ଅବନୀ ଗୟା କହିଛନ୍ତି ଯେ, ମଧ୍ୟାହ୍ନ ବିରତି ନାମରେ ରୋଗୀମାନଙ୍କୁ ଅସୁବିଧାରେ ପକାଇବା ଯୁକ୍ତିଯୁକ୍ତ ନୁହେଁ। ବିଭିନ୍ନ ବିଭାଗରେ ପାଳି କରି କାମ କରାଯିବାକୁ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ କାର୍ଯ୍ୟ ସମୟ ସମସ୍ତ ବିଭାଗର ସୂଚନା ଫଳକରେ ସ୍ପଷ୍ଟ ଭାବେ ଦର୍ଶାଇବାକୁ ସେ ଦାବି କରିଛନ୍ତି l

Related posts

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

masiha

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ

masiha

ବିଜାତଳା ରାଜସ୍ୱ ନିରୀକ୍ଷକ ବର୍ଷାରେ ଗୃହ ନଷ୍ଟ ହୋଇଥିବା ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

Sunil Chandra Nayak

Leave a Comment

error: Content is protected !!