ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ମୋନାଲିସାଙ୍କୁ ସମ୍ବର୍ଦ୍ଧିତ କଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ମୋନାଲିସାଙ୍କୁ ସମ୍ବର୍ଦ୍ଧିତ କଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ଖଇରା,୨୭/୯/୨୫ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ କାକୁଡିଆ ଗ୍ରାମର ମୋନାଲିସା ରାଉତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ବ୍ଲକ, ଜିଲ୍ଲା ତଥା ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି । ଏଖବର ପ୍ରଚାରିତ ହେବାପରେ କାକୁଡ଼ିଆ ସ୍ଥିତ ସୁଶ୍ରୀ ମୋନାଲିସାଙ୍କ ଘରକୁ ଶୁଭେଚ୍ଛୁଙ୍କ ସୁଅ ଛୁଟିବାରେ ଲାଗିଛି । ବିଭିନ୍ନ ସଂଗଠନ, ଅନୁଷ୍ଠାନ ତାଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଉଛନ୍ତି । ଏହି ପରିପ୍ରେକ୍ଷୀରେ ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ସଭାପତି କୁଞ୍ଜଲତା ମାହୁଁନ୍ତ, ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଦସ୍ୟ ଜଗବନ୍ଧୁ ବାରିକ୍ ଓ ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ତାଙ୍କ ଘରେ ପହଞ୍ଚି ସଫଳତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ପ୍ରଶଂସା ପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେପରେ ପରିବାର ବର୍ଗଙ୍କୁ ମିଷ୍ଟାନ୍ନ ଖୁଆଇ ଖୁସି କରାଇଥିଲେ । ବାପା ରମାକାନ୍ତ ରାଉତ ଜଣେ ଶିକ୍ଷକ ଓ ମାଆ ମଧୁସ୍ମିତା ରାଉତ ଜଣେ ସୁ-ଗୃହିଣୀ ଅଟନ୍ତି । ତାଙ୍କ ଠାରୁ ମଧ୍ୟ ଝିଅର ସଫଳତା ଓ ଆଗାମୀ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ । ସୁଶ୍ରୀ ମୋନାଲିସା ଗ୍ରାମ ବିଦ୍ୟାଳୟରୁ ୫ମ ଶ୍ରେଣୀ ପାସ୍ କଲା ପରେ ବାଗୁଡି ନବୋଦୟ ବିଦ୍ୟାଳୟରେ ପଢିଥିଲେ । ସେଠାରୁ ସଫଳତାର ସହିତ ପାସ୍ କଲାପରେ କଟକ ରେଭେନ୍ସା ଯାଇଥିଲେ ପଢିବା ପାଇଁ । ତାଙ୍କର ଏହି ସଫଳତା ପଥ ବହୁ ବାଧାବିଘ୍ନ ପୂର୍ଣ୍ଣ ଥିଲା । ତଥାପି ସୁଶ୍ରୀ ମୋନାଲିସା କୌଣସି ବାଧାବିଘ୍ନକୁ ଖାତିରି ନ କରି ନିଜର ଅଧ୍ଯୟନ ଜାରି ରଖିଥିଲେ । ଯାହା ତାଙ୍କୁ ଏ ସଫଳତା ଆଣିଦେଇଛି । ଆଗକୁ ଆଇ.ଏ.ଏସ. ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସୁଶ୍ରୀ ମୋନାଲିସା । ବଣମଲ୍ଲି ବଣରେ ଫୁଟି ଝରିପଡେ କିନ୍ତୁ ତା ବାସ୍ନା କାହା ପାଖରେ ପହଞ୍ଚି ପାରେନାହିଁ, ହେଲେ ନିପଟ ମଫସଲ ଗାଁର ଝିଅ ଦିନେ ଫୁଲପରି ବାତ୍ସ୍ନାୟିତ ହୋଇ ମହକି ଉଠିବ ଜାଣିଥିଲା କିଏ ? କେବଳ ନିଜ ଅଞ୍ଚଳ କି ଜିଲ୍ଲାରେ ନୁହେଁ ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଞ୍ଚଳକୁ ଗୌରବ ଆଣିଦେଇ ଥିବାରୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଫେରିଛି ମୋ ଅନୁଷ୍ଠାନ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

Sunil Chandra Nayak

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!