ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

ଡାବୁଗାଁ, ୧୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ଜିଲା ସ୍ତରୀୟ ବିଜ୍ଞାନ ମେଳରେ କୃତିତ୍ଵ ହାସଲ କରିଛନ୍ତି | ୧୨ ତାରିଖ ଦିନ ନବରଙ୍ଗପୁର ଜିଲା ସଦର ମହକୁମାସ୍ଥିତ ଆରସିଡି ହାଇସ୍କୁଲ ଠାରେ ଅନୁଷ୍ଠିତ ଜିଲସ୍ତରୀୟ ବିଜ୍ଞାନ ମେଳରେ ମୋଟ ୪୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରୁ ଧାମନାଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ଶୁଭଶ୍ରୀ ଜେନାଙ୍କ ତତ୍ଵାବଧାନରେ ନବମ ଶ୍ରେଣୀ ଛାତ୍ର କାମଧର ହରିଜନଙ୍କ ଦ୍ଵାରା ପ୍ରଦର୍ଶିତ “ସ୍ମାର୍ଟ ରାଶନ କାର୍ଡ” ପ୍ରକଳ୍ପଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା | ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବାକୁ ଚୟନ କରାଯାଇଛି | ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନନ୍ଦିତା ସିଂ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଛାତ୍ର ଜଣଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

masiha

ଲାଞ୍ଜିଗଡ଼ ବ୍ଲକକୁ ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଧାୟକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!