ସେଁପୁର // ଗତ ତା ୧୧/୦୧/୨୦୨୩ ବୁଧବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା , କଳାହାଣ୍ଡି ଲୋକସଭା ସାଂସଦ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଭାଇ ଓ ଭଉଣୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ , ଅଧ୍ୟକ୍ଷ ପଞ୍ଚାୟତ ସମିତି ଭବାନୀପାଟଣା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମୋହନ ପଟେଲ , ଓଡିଆ ଅଧ୍ୟାପକ +୩ଡିଗ୍ରୀ କଲେଜ କର୍ଲପଡା , ଉକ୍ତ ଉତ୍ସବରେ ଅଭିଭାଷଣ ଦେଇ ଥିଲେ।ଉକ୍ତ ଉତ୍ସବରେ ସ୍ଥାନୀୟ ଶିଶୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ମକରଧ୍ବଜ ସାହୁ ସଭାପତିତ୍ବ କରିଥିଲେ ଓ ସମ୍ପାଦକ ଶ୍ରୀଯୁକ୍ତ ନରେଶ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁ ବିଦ୍ୟାଳୟ ର ବିବରଣୀ ପଠନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିଶୁବାଟିକା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରୀ ପଞ୍ଚରସି ନୃତ୍ୟ , ଘୁମୁରା ଇତ୍ୟାଦି ଶିଶୁ ଭାଈ ଭଉଣୀ ମାନଙ୍କ ଦ୍ଵାରା ପରିବେଷଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।ଏଥିରେ ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା, ସୌଦାମିନୀ ସାହୁ, ପୂର୍ଣ୍ଣଚନ୍ଦ୍ର ନାଗ, ରଶ୍ମିତା ନାୟକ, ପ୍ରବୀଣ ତ୍ରିପାଠୀ , କୌତୁକ ଚଲାନ,ରିତା ସାହୁ , ଭୋଜରାଜ ବାଗ,ତୋଫାନ ବାଗ,ରମେଶ ସାହୁ ଇତ୍ୟାଦି ଗୁରୁଜୀ ଗୁରୁମା ଓ ପରିଚାଳନା କମିଟିର ଶଶିଭୂଷଣ ସାହୁ , ପପିତା ମାହାର, ନୁପୁର ସାହୁ , ଚୁଲମଣୀ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ। ଜନାର୍ଦନ ଗୁରୁଜୀ ଉକ୍ତ ଉତ୍ସବରେ ସଂଯୋଜନା କରିଥିଲେ । ବହୁ ଅଭିଭାବକ ଅଭିଭାବିକା ତଥା ଭଦ୍ର ବ୍ୟକ୍ତି ମାନେ ଏହି ଉତ୍ସବରେ ଉପସ୍ଥିତ ରହି ଉତ୍ସବକୁ ସଫଲ୍ୟ ମଣ୍ଡିତ କରିଥିଲେ।
previous post