ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

ବସ୍ତା,22/12 :ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମପଞ୍ଚାୟତ ର ସାର୍ଥା ହାଟ ନିକଟରେ ସାମାଜିକ ନ୍ୟାୟ ଅଭିଜାନ ପକ୍ଷରୁ ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି, ଏହି ଅବସର ରେ ସାର୍ଥା ହାଟ ରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି, 29 ଜୋନ୍ ର ସଂଯୋଜକ ନଟବର ମଲ୍ଲିକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ସାମାଜିକ ନ୍ୟାୟ ଅଭିଯାନ ର ଆବାହକ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଥିବା ବେଳେ ମୁଖ୍ଯବକ୍ତା ଭାବରେ ବାଲେଶ୍ବର ବାର ଆସୋସିଏସନ ର ସଭାପତି ମନୋଜ କୁମାର ନାୟକ ଯୋଗଦେଇ ପଛୁଆ ବର୍ଗ , ଆଦିବାସୀ ଓ ଦଳିତ ସମ୍ପ୍ରଦାୟ ର ଲୋକେ ଆଜି ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ରହିଛନ୍ତି, ସେମାନଙ୍କର ନ୍ଯାର୍ଯ୍ଯ ଅଧିକାର ସମ୍ପର୍କରେ ଆମ ଜନ ପ୍ରତିନିଧି ମାନେ କାହିଂକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ, ତେଣୁ ନିଜର ମୌଳିକ ଅଧିକାର ପାଂଇ ସମସ୍ତେ ଏକ ହୋଇ ପ୍ରତିବାଦ କରିବା ସହ ସାମ୍ବିଧାନିକ ଅଧିକାର କୁ ହାସଲ କରିବା ପାଂଇ ଶପଥ ନେବା କୁ ଆହ୍ବାନ ଦେଇ ଥିଲେ, ସମ୍ମାନିତ ଅତିଥି ଭାବରେ ଆଇନଜିବୀ ଉର୍ମିଳା ମାଝି, ସରୋଜ ବେହେରା, ସଙ୍ଗଠନ ଜିଲ୍ଲା ଆବାହକ ନିଶ୍ଚିତ ବାରିକ, ଉପକୂଳ ଭିଟାମାଟି ସୁରକ୍ଷା କମିଟି ର ଆବାହକ ଅରୁଣ ଜେନା ପ୍ରମୁଖ ଯୋଗଦେଇ ସାମ୍ବିଧାନିକ ଅଧିକାର ହାସଲ ପାଂଇ ଶପଥ ନେବାକୁ ଆହ୍ବାନ ଦେଇ ଥିଲେ, ଅନ୍ଯ ମାନଙ୍କ ମଧ୍ଯ ରେ ଆଞ୍ଚଳିକ ଯୁବ ନେତା ଅନନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ, ସୁବ୍ରତ ବେହେରା, ରାଜେନ୍ଦ୍ର ବେହେରା, ଅଶୋକ ଜେନା ,ସୁଦର୍ଶନ ବେହେରା, ପଞ୍ଚାନନ ପଟ୍ଟାୟତ, ଗୋପୀନାଥ ବେହେରା ଙ୍କ ସମେତ ବହୁ ବୁଦ୍ଧିଜିବୀ ଏବଂ ଅଞ୍ଚଳବାସୀ ଯୋଗଦେଇ ଥିଲେ, ଶେଷରେ ସଙ୍ଗଠନ ର ସଦସ୍ଯ ଉତ୍ସବ ଜେନା ଧନ୍ଯବାଦ ଦେଇ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଚିକିତ୍ସାଧିନ ଧନଞ୍ଜୟ ରାଉତ ଙ୍କୁ ଭେଟିଲେ ବିଏଚ୍ ଆର୍ ସି ଇଣ୍ଡିଆ ର ରାଜ୍ୟ ସଭାପତି

Sunil Chandra Nayak

ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବୃକ୍ଷ ହିଁ ଜୀବନ,ବୃକ୍ଷ ସୁଦ୍ଧ ଓ ପବିତ୍ର କରେ ବାତାବରଣ

Sunil Chandra Nayak

Leave a Comment

error: Content is protected !!