ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗତସିଂହପୁର : ରଘୁନାଥପୁରର ପ୍ରସିଦ୍ଧ ‌ମାଘିମେଳା ଉଦଘାଟନ ହୋଇଯାଇଛି 

ଜଗତସିଂହପୁର : ରଘୁନାଥପୁରର ପ୍ରସିଦ୍ଧ ‌ମାଘିମେଳା ଉଦଘାଟନ ହୋଇଯାଇଛି 

ଏହି ଉଦଘାଟନ ଉତ୍ସବର ସଭାରେ ବରିଷ୍ଠ ଶିକ୍ଷକ ଜୟପ୍ରକାଶ ପଣ୍ଡା ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ରଘୁନାଥପୁର ସରପଞ୍ଚ ସୁଚିତ୍ରା ପଣ୍ଡା ଏବଂ ମୁଖ୍ୟ ବକ୍ତା ରଘୁନାଥପୁର ବିଦ୍ୟୁତ୍ ବିଭାଗ ଏସଡିଓ ବିଶ୍ବରଂଜନ ଦେହୁରୀ ସମ୍ମାନିତ ଅତିଥି ଭାବେ ରଘୁନାଥପୁର ଅଗ୍ନିସେଵା ଅଧିକାରୀ ବିଶ୍ବରଂଜନ ବାସକେ, ଆଗାମୀ ଓଡ଼ିଶାର ପ୍ରତିଷ୍ଠାତା ଓ ଵରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁ ମାଘିମେଳା ଯାତ୍ରା କମିଟି ର ସଭାପତି ଓ ସମାଜସେବୀ ଚନ୍ଦ୍ରକାନ୍ତ ପଣ୍ଡା, ସଂପାଦକ ରାଜକିଶୋର ଦାସ।କୋଷାଧ୍ୟକ୍ଷ କିଶୋର କୁମାର ସ୍ବାଇଁ, ସଭ୍ୟ ଦିଲ୍ଲିପ ରାମ୍ ଓ ମନୋଜ ରାମଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ ଉଦ୍ଘାଟନୀରେ ଆର ଆଣ୍ଡ ଆର ପ୍ରଡକ୍ସନର ନୃତ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ର ଦମଦାର ପ୍ରଦର୍ଶନକୁ ଭୁରିଭୁରି ପ୍ରଶଂସା କରାଯିବା ସହ ପ୍ରଡକ୍ସନର ସହ ନିର୍ଦେଶିକା କଳ୍ପନା ବିଶ୍ବାଳଙ୍କୁ ଯାତ୍ରା କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ପରିଶେଷରେ ସଂଗୀତ ନିର୍ଦ୍ଦେଶକ କୈଳାସ ପୂର୍ତ୍ତୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

Sunil Chandra Nayak

ଓକିଲ ଙ୍କ ଅକାଳ ବିୟୋଗରେ ଶୋକ ସଭା 

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!