ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ 

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ 

ଡାବୁଗାଁ, ୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ମହା ଆଡ଼ମ୍ବର ସହକାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଦିବସ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ନେତୃତ୍ୱରେ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ପଞ୍ଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ସମ୍ପାଦକ କୈଳାସ ବିଶୋଇ, ଯୁବ ସଭାପତି ଟି ଜୁଗୁନୁ ବାବୁ, ଜିଲା ପରିଷଦ ଜୋନ-୨ ସଭ୍ୟ ଗୁପ୍ତ ବିଶୋଇ, ଶିବପ୍ରସାଦ ମିଶ୍ର, ରମେଶ ପଟ୍ଟନାୟକ ଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପ ଲଗାଇ ପ୍ରଣାମ ନିବେଦନ କରିଥିଲେ । ବ୍ଲକ ସଭାପତି, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି ପ୍ରମୁଖ ପ୍ରବାଦ ପୁରୁଷ ଙ୍କ ଜୀବନ ଆଦର୍ଶ ଉପରେ ବ୍ୟାପକ ଆଲୋଚନା ରଖି ଜୟ ଜୟ କାର ଧ୍ୱନି କରି ଥିଲେ । ଏଣୁ ପ୍ରତି ବର୍ଷ ଏହି ଦିବସକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଲ୍ ଙ୍କ ଦ୍ବାରସ୍ଥ 

masiha

ଇଫୁନା ଓ ଉଫୁନା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ -୨୦୨୬ ପାଳିତ

Sunil Chandra Nayak

ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!