ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅଵ୍ୟ ବହିତ ପୂର୍ବରୁ “ସ୍ୱଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅଵ୍ୟ ବହିତ ପୂର୍ବରୁ “ସ୍ୱଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର ତା ୧୭-୦୬-୨୦୨୬ ପାଞ୍ଚ ଦିନିଆ ସଫେଇ ଅଭିଯାନ କ୍ରମରେ ରାଇରଙ୍ଗପୁର ପୌରପାଳିକା ତରଫରୁ ଆଜି ଶୁଭାରମ୍ଭ ହେଲା “ସ୍ୱଚ୍ଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ।

 ଚଳିତ ଜୁନ ମାସ ୧୯ ଓ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅବ୍ୟବହିତ ପୂର୍ବରୁ ପାଞ୍ଚ ଦିନିଆ ସଫେଇ ଅଭିଯାନ କ୍ରମରେ ଆଜି ରାଇରଙ୍ଗପୁର ଠାରେ “ସ୍ୱଛତା ସେ ସ୍ୱାଗତ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।

ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ, ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବିଭିନ୍ନ ୱାର୍ଡର ପାରିଷଦ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ, କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ସୁଭାଶିଷ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ପୌର କାର୍ଯ୍ୟାଳୟର ଯନ୍ତ୍ରୀ ଶ୍ରୀ ମୃତ୍ୟୁଞ୍ଜୟ ପହି, ଶ୍ରୀ ନୀଳକଣ୍ଠ ବିଶ୍ୱାଳ, ଅନ୍ୟାନ୍ୟ ପଦାଧିକାରୀଙ୍କ ସମେତ ବରିଷ୍ଠ ନେତା ତଥା ସମାଜସେବୀ ଶ୍ରୀ ନବୀନ ରାମ, ସାଂସଦଙ୍କ ସଂଯୋଜକ ଶ୍ରୀ ମନୋଜ ଦାସ,ଅନ୍ୟାନ୍ୟ ନେତୃବୃନ୍ଦ, ସ୍ୱଚ୍ଛସାଥି ଓ ସ୍ୱଛାସେବୀ ସାମିଲ ହୋଇ ମନ୍ଦିର ପରିସରକୁ ସଫେଇ କରିଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥି ବୃନ୍ଦ ତା’ଙ୍କ ବକ୍ତବ୍ୟ ରଖି କହିଥିଲେ ଯେ,ଦେଶ ବ୍ୟାପି “ସ୍ୱଚ୍ଛତା ହିଁ ସେବା” ଅଭିଯାନକୁ ଜନ ଆଦୃତ କରିବା ତଥା ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନ ସୃଷ୍ଟି କରିବା ସହିତ ଲୋକଙ୍କ ନିକଟରେ ଏହାକୁ ପହଂଚାଇବା ପାଇଁ ରାଇରଙ୍ଗପୁର ପୌରପାଳିକା ତରଫରୁ ଏହି ଅଭିଯାନରେ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ , ରେଳ ଷ୍ଟେସନ,ଡାକ୍ତର ଖାନା,ବିଭିନ୍ନ ଧର୍ମପୀଠ, ବଡ଼ବନ୍ଧ, ଉଦ୍ୟାନ, ବିଭିନ୍ନ କାର୍ଯ୍ୟାଳୟ ଇତ୍ୟାଦି ପରିସର ସମେତ ପାହାଡପୁର ଅଂଚଳରେ ମଧ୍ୟ ସଫେଇ କାର୍ଯ୍ୟ ଅନୁଷ୍ଠିତ ହେବ।

ଏହି କ୍ରମରେ ଆଜି ସକାଳେ ରାଇରଙ୍ଗପୁର ବସ ଷ୍ଟାଣ୍ଡ ପରିସର ସହିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ସଫେଇ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଲୋକମାନଙ୍କୁ ସ୍ୱଛତା ସମ୍ଭନ୍ଧରେ ସଚେତନ ହେବାପାଇଁ ବାର୍ତ୍ତା ପହଞ୍ଚାଇବା ସହ ଜନସାଧାରଣ ପଲିଥିନ ବ୍ୟବହାରରୁ ନିବୃତ ରହିବାକୁ ନିମନ୍ତ୍ରିତ ଅତିଥି ବୃନ୍ଦ ନିବେଦନ କରିବା ସହ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ଭାରତ ତଥା ବିକଶିତ ଭାରତ ଗଠନରେ ସମସ୍ତଙ୍କ ସହଭାଗୀତା କାମନା କରିଥିଲେ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

masiha

ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ କାର୍ଯ୍ୟକ୍ରମ

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

masiha

Leave a Comment

error: Content is protected !!