ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ICDSର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

ନୂଆପଡ଼ାରେ ICDSର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS)ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଲାର ବିଭିନ୍ନ ICDS ପ୍ରକଳ୍ପର କାର୍ଯ୍ୟଦକ୍ଷତା ସମୀକ୍ଷା ସହ ଆଧାର ଅପଡେଟ୍‌, କର୍ମଚାରୀଙ୍କ ପଦସ୍ଥିତି, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି, କ୍ଷେତ୍ର ପରିଦର୍ଶନ ଏବଂ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରରେ ICDS ଅଧୀନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୃତୀ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। କୋମନା ବ୍ଲକ୍‌ ତରବୋଡ଼ ଅନ୍ତର୍ଗତ ବାଢ଼ିଆପଡ଼ାର ପୁଷ୍ପାଞ୍ଜଳି ଶବରଙ୍କୁ ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ପାଇଁ ପୁରସ୍କୃତ କରାଯାଇଥିଲା। ସେହିପରି ଖଡ଼ିଆଳ ବ୍ଲକ୍‌ର ଗୀତା ବିଶି ଓ କୁସୁମଖୁଣ୍ଟାର ସବିତା ମାଝୀଙ୍କୁ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ଭାବେ ସମ୍ମାନିତ କରାଯାଇଥିଲା।ଏଥିସହ ନୂଆପଡ଼ା ବ୍ଲକ୍‌ର ପାଟପରପାଲି ଗ୍ରାମର ନିର୍ମଳ ଶବର ଓ ଲକ୍ଷ୍ମୀପ୍ରଭା ଶବରଙ୍କୁ ଶ୍ରେଷ୍ଠ ‘ସ୍ୱାମୀ-ସ୍ତ୍ରୀ ମେଳି’ ପାଇଁ ସମ୍ମାନିତ କରାଯାଇଥିଲା।ଜିଲ୍ଲାପାଳ ଶ୍ରୀ ଦାଶ ICDS ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିଶୁ ଓ ମାତୃ ସ୍ୱାସ୍ଥ୍ୟର ସାମଗ୍ରିକ ଉନ୍ନତି, ପୁଷ୍ଟିସାଧନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ନିରନ୍ତର ଗୁରୁତ୍ୱ ଦେବାକୁ ସେ କହିଥିଲେ।ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରେମଲତା ସେଠୀଙ୍କ ସମେତ ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

କଳାକାର ସଂହତି ଓ ମହାସଂଘ ମହାସଚିବଙ୍କ ସ୍ବନକ୍ଷତ୍ର ଦିବସ ପାଳିତ

masiha

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

Leave a Comment

error: Content is protected !!