ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର

ନର୍ଲା (ମନିସ) ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର (ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଶ୍ରୀଯୁକ୍ତ କର ସମେତ ରାଜ୍ୟର ୫୭ ଜଣ କୃତି ଶିକ୍ଷକଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଶ୍ରୀଯୁକ୍ତ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ପିଲାଙ୍କୁ ବୁଝାଇବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରି ଆସୁଛନ୍ତି । ପୂର୍ବରୁ ସେ ଜଙ୍ଗଲ ପରିବେଶ ଓ ପାଣିପାଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ଜାତୀୟ ପର୍ଯ୍ୟାବରଣ ମିତ୍ର ଶିକ୍ଷକ ପୁରସ୍କାର,ଏନ.ସି.ଇ.ଆର.ଟି ଦ୍ୱାରା ଆୟୋଜିତ ବିଜ୍ଞାନ ମନ୍ଥନ କାର୍ଯ୍ୟକ୍ରମର ଏକାଡେମୀକ ବୋର୍ଡ ସଦସ୍ୟ, ଆନ୍ତର୍ଜାତିକ ବିଜ୍ଞାନ ମହୋତ୍ସବର କାର୍ଯ୍ୟକ୍ରମ ସଂଚାଳକ, ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁ,ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଶ୍ରେଷ୍ଠ ବିଜ୍ଞାନ ସଂଚାରକ, ପ୍ଲାଟିନମ ବିଜ୍ଞାନ କ୍ଲବ ସଦସ୍ୟ ଆଦି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହା ବ୍ୟତିତ ବିଭିନ୍ନ ଭାରତ ଜ୍ଞାନ ବିଜ୍ଞାନ ସମିତି, ଓଡିଶା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ପ୍ରତିଭା, ବୈଜ୍ଞାନିକ ଚର୍ଚ୍ଚା ଆଦି ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

 

Related posts

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

masiha

ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଯୋଗାଇଦେଲେ ସ୍ଵୟଂ ସହାୟିକା ଦଳ

masiha

ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟାରେ ପ୍ରାଥମିକ ଶିକ୍ଷକ ସଂଘର ମାନବିକ ସହଯୋଗ

Leave a Comment

error: Content is protected !!