ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁପାରୀ କପିଳ ମୁନି ମେଳା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର,୧୦/୦୧/୨୩- ବାଲେଶ୍ଵର ଜିଲ୍ଲା କୁପାରୀ ସ୍ଥିତ ବାବା କପିଳ ମୁନିଙ୍କ ମକରମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମେଳା କମିଟିର ସମ୍ପାଦକ ଜୟନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଆଗାମୀ ତା ୧୪/୦୧/୨୩ ରିଖ ଶନିବାର ଘଟୋତ୍ତୋଳନ ଓ ନବଦିନ ବ୍ଯାପୀ ପ୍ରସାଦ ସେବନ, ତା ୧୫/୦୧/୨୩ ଓ ତା ୧୬/୦୧/୨୩ ରିଖ ୨ଦିନଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପରିବେଷଣ, ତା ୧୭/୦୧/୨୩ ଓ ତା ୧୮/୦୧/୨୩ ରିଖ ୨ ଦିନଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ ଏବଂ ତା ୧୯/୦୧/୨୩ ରିଖରେ ଗୀତାଯଜ୍ଞ ଅନୁଷ୍ଠିତ ହେବ । ତା ୨୦/୦୧/୨୩ ରିଖ ଶୁକ୍ରବାର ଠାରୁ ତା ୨୨/୦୧/୨୩ ରିଖ ରବିବାର ପର୍ଯ୍ୟନ୍ତ ଦୈନିକ ସଂଧ୍ଯା ୬ ଘଟିକା ଠାରୁ ମକରମେଳା ଉପଲକ୍ଷେ ମକରମେଳା ମହୋତ୍ସବ ଅନୁଷ୍ଠିତ ହେବ । ପୂର୍ବ ବର୍ଷପରି ଏବର୍ଷ ମଧ୍ୟ ଭିନ୍ନ ଧରଣର ଓ ବହୁ ଆଡମ୍ବର ସହକାରେ ପାଳନ କରାଯିବ, ଓଡିଶା ସାଂସ୍କୃତିକ ବିଭାଗ ତରଫରୁ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଉନ୍ନତ ଧରଣର ମେଲୋଡି ପାର୍ଟି ଯୋଗାଇ ଦେବେ ବୋଲି ସମ୍ପାଦକ ଶ୍ରୀ ରାଉତ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକ ମାନେ ଚାହିଁଲେ ଏହାର ପ୍ରଚାର ପ୍ରସାର ହୋଇପାରିବ, ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ମକରମେଳା ନିଉଜ୍ ପ୍ରକାଶ ସହିତ ତା ୧୪/୦୧/୨୩ ରୁ ତା ୨୨/୦୧/୨୩ ରିଖ ରବିବାର ପର୍ଯ୍ୟନ୍ତ ପୂର୍ଣ୍ଣ ସହଯୋଗ ପାଇଁ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଥିଲେ । ଏଥିରେ ପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ ସାମ୍ବାଦିକ ବନ୍ଧୁ ମାନେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ତରଫରୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ସମ୍ପାଦକ ଶ୍ରୀ ରାଉତ । ଏଥିରେ ମେଳାକମିଟିର ମେମ୍ବର ସୁଦର୍ଶନ ମହାପାତ୍ର, ସୁରେନ୍ଦ୍ର ମାଝୀ, ରତ୍ନାକର ସେଣ୍ଡ, ଭଗବାନ ସାହୁ ଓ ବୀରଭଦ୍ର ଜେନା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

लायंस इंटरनेशनल डिस्ट्रिक्ट 322C2 द्वारा आयोजित शतरंज प्रतियोगिता का सफल आयोजन 

Sunil Chandra Nayak

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

masiha

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି: 

Sunil Chandra Nayak

Leave a Comment

error: Content is protected !!