ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ଆସିକା, ୨/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲ ଅନ୍ତର୍ଗତ ଆମ୍ବଡା ବଣ ପଥର କୁଆଁରୀ କୁ ଚଳିତ ବର୍ଷ ଲିଜ ନଦେବା ପାଇଁ ବାହାରପୁର ପଞ୍ଚାୟତ ର ଗୋପାଳପୁର ଓ ମାଧପୁର ଗାଁ ଲୋକେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଏହି ଦୁଇ ଗାଁ ନିକଟରେ ରହିଥିବା ଆମ୍ବଡା ବଣ ପଥର କୁଆରୀ ରେ ପଥର ଉତ୍ତୋଳନ ବେଳେ ବ୍ଲାଷ୍ଟିଂ କରାଯାଉଥିବା ଯୋଗୁଁ ସେମାନଙ୍କ ବାସଗୃହ ଗୁଡିକରେ ଫାଟ ସୃଷ୍ଟି ହେଲାଣି । ଏଣୁ ସେମାନଙ୍କ ଜୀବନ ଜୀବିକା ର ନିରାପତ୍ତା ଦୃଷ୍ଟିରୁ ଏହି ପଥର କୁଆରୀ କୁ ଚଳିତ ବର୍ଷ ଲିଜ ନଦେବା ପାଇଁ ଉଭୟ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ,ଭଞ୍ଜନଗର ଉପ ଜିଲ୍ଲାପାଳ,ଖଣି ଅଧିକାରୀ,ଉପଖଣ୍ଡ ପୋଲିସ ଅଧିକାରୀ,ବଡଗଡ ଥାନା ଅଧିକାରୀ ଓ ଧରାକୋଟ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣା ସମ୍ପର୍କରେ ତହସିଲଦାର ଜିଲ୍ଲା ଖଣି ଅଧିକାରୀ ଙ୍କ ନିକଟରେ ଅଭିଯୋଗ ଦାଖଲ ପାଇଁ ଗ୍ରାମବାସୀ ମାନଙ୍କୁ କହିଥିବା ଜଣାଯାଇଛି ।

Related posts

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

ଗାନ୍ଧୀ ସ୍ମୃତି ଭବନରେ ସମ୍ମାନିତ ହେଲେ ଶିକ୍ଷକ ଭରତ ସାହୁ

masiha

ବେହେରା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ 

masiha

Leave a Comment

error: Content is protected !!