ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ଼ ବ୍ଳକସ୍ତରିୟ ସାରଦିୟ କ୍ରିଡା ମହୋତ୍ସବ ଉଦ୍ଯାପିତ

ପାଟଣାଗଡ଼ ବ୍ଳକସ୍ତରିୟ ସାରଦିୟ କ୍ରିଡା ମହୋତ୍ସବ ଉଦ୍ଯାପିତ

ପାଟଣାଗଡ଼ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖେଳ କୁଦ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରି ଆସୁଛନ୍ତି । କ୍ରିଡ଼ା କୁ ତୃଣ ମୂଳ ସ୍ତରରେ ମଜଭୂତ କରିବା ପାଇଁ ବିଭିନ୍ନ ଯୋଜନା ମାନ ତିଆରି କରିଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବ୍ଳକ ମୁଣ୍ଡୋମହୁଲ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ହାଇସ୍କୁଲ ମନାଇପାଦ ପଡିଆ ଠାରେ ବ୍ଳକସ୍ତରିୟସାରଦିୟ କ୍ରିଡା ଦ୍ଵିତୀୟ ଦିନରେ ଅନୁଷ୍ଠିତ ହୋଇଛି। ପ୍ରଥମେ ମା ବୀଣାପାଣି ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରତନ ଧରୁଆ ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଓଷ୍ଠା ସମ୍ପାଦକ କୁଶଧ୍ୱଜ ସାହୁ ଯୋଗଦେଇଥିଲେ । ଆଦିବାସୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗରୁଡ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ମଞ୍ଚାସିନ ଅତିଥି ମାନଙ୍କ ଉପସ୍ଥିତ ରେ ପାରମ୍ପରିକ ସଙ୍ଗୀତ ଆଦିବାସୀ ହାଇସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ଗାନ କରି ସ୍ଵାଗତ ଜଣାଇ କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ । ମୁଖ୍ୟ ବକ୍ତା ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଖେଳ ପ୍ରତି ଆକର୍ଷିତ ହୋଇ ଖେଳୁଆଡ ଭାବନା ନେଇ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ପହଞ୍ଚିବା ଆମ ଜିଲ୍ଲା ଆମ ବିଦ୍ୟାଳୟ ନାଁ କରାଇବା ଖେଳ ରେ ଗୋଟିଏ ଦଳ ନିଶ୍ଚିତ ଭାବରେ ଜିତେ ଆଉ ଗୋଟିଏ ଦଳ ହାରେ ।ଆମେ କ୍ରିଡ଼ା ସଂସଦିୟ ନିୟମକୁ ମାନି ଚଳିଲେ ଉତ୍ତମ ଖେଳାଳି ପରିଚୟ ସୃଷ୍ଟି କରିବା । ସମସ୍ତ ଖେଳାଳି ମାନଙ୍କୁ ଏବଂ ଶାରିରୀକ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କ୍ରିଡ଼ା ଶିବିରରେ ସତେଇଷି( ୨୭ ) ବିଦ୍ୟାଳୟ ରୁ ୪୧୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଅପରାହ୍ନ ରେ କବାଡି ଓ ଖୋ-ଖୋ ଖେଳରେ ୧୪ବର୍ଷରୁ କମ୍ ଓ ୧୭ବର୍ଷ କମ୍ ବାଳକ, ବାଳିକା ମାନଙ୍କ ଦ୍ଵାରା କବାଡି ଓ ଖୋ-ଖୋ ଖେଳ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ପ୍ରଫୁଲ୍ଲ ସିଂ ,ମଞ୍ଚାସିନ ସମ୍ମାନିତ ଅତିଥି ଭାବରେ ମୁଣ୍ଡୋମହୁଲ ସରପଞ୍ଚ ସୂର୍ଦଶନ ମହାନନ୍ଦ, ପାଟଣାଗଡ଼ ଝଙ୍କାର ମ୍ୟିଜିକ ସଭାପତି ବ୍ରଜବନ୍ଧୁ ମିଶ୍ର, ସ୍କୁଲ ପରିଚାଳନା ସଭାପତି ଶଙ୍କର ମେହେର , ଜୋନାଲ ସମ୍ପାଦକ ବସନ୍ତ ମେହେର, ସାମ୍ବାଦିକ ଲଲିତ ମଲ୍ଲିକ ରାଜ୍ୟ ସଭା ସାଂସଦ ଙ୍କ ନୋମିନି ଘନ ଭୂଏ,ମୁଣ୍ଡୋମହୁଲ ପଞ୍ଚାୟତ ସମିତି ସଭ୍ୟ କୈଳାସ ରାଉତ, କିତ୍ତନ ବରିହା , ,ତୁଲେଶ୍ୱର ପୁଟେଲ,ଚମ୍ପେଶ୍ଵର ବରିହା, ହେମରାଜ ବାଗ,କିତ୍ତିଚଦ୍ର ସାହୁ,ବଲରାମ ଶବର, ଆଲୋକ ମେହେର, ଜୟଦେବ ମହାନନ୍ଦ, ଶିଶୁ ଦେବ ପୁଟେଲ ଏବଂ ଆଦିବାସୀ ହାଇସ୍କୁଲ ର ଖେଳ ଶିକ୍ଷକ ମନୋଜ କୁମାର ମେହେର ,ଭେନଙ୍କଟେଶ୍ଵର ଦାସ,ଓଙ୍କାର ରଞ୍ଜନ ମିଶ୍ର, ଅଶ୍ଵିନୀ କୁମାର ସାହୁ,ଡୋଲାମଣି ସାହୁ,ପ୍ରଦିପ କୁମାର ଦତ୍ତ, ବିନୋଦ କୁମାର ମହାନ୍ତି , ମନ୍ମଥ ନାଥ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ବରିବେଷଣ କରିଥିଲେ, ଶେଷରେ ପଙ୍କଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ରେ ବକରା ଇଦ ପାଳିତ 

masiha

ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧlନେ’ର ୨୪ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସଭା 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦ୍ରାପଡାକୁ ମିଳିଲା ସ୍ଥାନ

Sunil Chandra Nayak

Leave a Comment

error: Content is protected !!