ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉଦଯାପିତ 

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉଦଯାପିତ 

ନର୍ଲା,୩୦।୯: (ମସିହା) ଦିପକ ଠାକୁର )ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କଳାହାଣ୍ଡି ଙ୍କ ଆୟୋଜନରେ ଆୟୋଜିତ କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତାର ଆଜି ଉଦଯାପିତ ହୋଇଅଛି । ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶୁଭାରମ୍ଭ ହୋଇଥିବା ଗତ୨୮ ତାରିଖରୁ ୩୦ ତାରିଖ ଯାଏଁ ଏହି କ୍ରୀଡା ତୁଳାପଡାରେ ଅନୁଷ୍ଠିତ ହୋଇଥିଲା। ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ୍ ଦୁବେ, ସମ୍ମାନିତ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ,ମମନପୁର ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ସଙ୍ଗୀତା ମହାନ୍ତି,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନର୍ଲା ଗୋବର୍ଦ୍ଧନ ମାଝୀ ପ୍ରମୁଖ ଉପସ୍ଥିତ ହୋଇଥିଲେ । ଏହି କ୍ରୀଡାରେ ମନୋନୀତ ହୋଇଥିବା କୃତି ଖେଳାଳୀ ମାନେ ରାଜ୍ୟସ୍ତରୀୟ କ୍ରୀଡାରେ ଭାଗ ନେବେ ବୋଲି ମଞ୍ଚାସୀନ ଅତିଥି ମାନେ ପ୍ରକାଶ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବିମଲ ରାସବିହାରୀ ପଧାନ । ଏହି ତିନି ଦିନିଆଁ କ୍ରୀଡା ପ୍ରତିଯୋଗୀତାରେ ଫୁଟବଲ୍,କବାଡି,ଖୋଖୋ,ଯୋଗାସନ, ଚେସ୍,ସିପାକଟାକ୍ରୋ ଅଦି ଖେଳ ଅନୁଷ୍ଠିତ ହୋଇଥିଲା। ଲଗାତାର ଭାବରେ ଏହି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ତୁଳାପଡାରେ ଶାନ୍ତି ଶୃଙ୍ଖଳା ର ସହ ପ୍ରତିବର୍ଷ ହୋଇ ଆସୁଥିବା କୁ ନେଇ ଅତିଥିଗଣ ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟ ତଥା ତୁଳାପଡାର ମାଟି ଓ ସମସ୍ତ କ୍ରୀଡା ଶିକ୍ଷକ/ଶିକ୍ଷୟିତ୍ରୀ ତଥା ସହଯୋଗୀ ମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ।

Related posts

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

masiha

ଧର୍ମଗଡ ରେ ଅଟଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

masiha

Leave a Comment

error: Content is protected !!