ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରିଡା ଶିକ୍ଷକ ଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳି ସଭା 

କ୍ରିଡା ଶିକ୍ଷକ ଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳି ସଭା 

ଡାବୁଗାଁ,୩୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଉମରକୋଟ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଭାସ କୁମାର ଜେନା ଙ୍କ ମୃତ୍ୟୁରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ସୂଚନାଯୋଗ୍ୟ- ବୁଧବାର ଦିନ ଜିଲା ସ୍ତରୀୟ କ୍ରିଡା ମହୋତ୍ସବ ରେ ଯୋଗ ଦେବାକୁ ଛାତ୍ରୀଛାତ୍ର ମାନଙ୍କ ସହ ଉମରକୋଟ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଭାସ କୁମାର ଜେନା ଏକ ଘରୋଇ ବସ ଯୋଗେ ଚନ୍ଦହାଣ୍ଡି ଯାଉଥିଲେ | ରାସ୍ତାରେ ଚନ୍ଦହାଣ୍ଡି ଘାଟିରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଫଳରେ ୩୪ ଜଣ ଛାତ୍ରୀ ଛାତ୍ର ମାନେ ଆହତ ହୋଇଥିବା ବେଳେ କ୍ରିଡା ଶିକ୍ଷକ ପ୍ରଭାସ କୁମାର ଜେନା ଙ୍କ ମୃତ୍ୟୁ ଘଟିଥିଲା | ଏହି ଅବସରରେ ଡାବୁଗାଁ ବ୍ଲକ ର ସମସ୍ତ କ୍ରିଡା ଶିକ୍ଷକ ଓ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଶ୍ରଦ୍ଧାଞ୍ଜଳି ସଭା କରି ମୃତ କ୍ରିଡା ଶିକ୍ଷକ ଙ୍କୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଏଥିରେ କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, ରଞ୍ଜନ କୁମାର ପରିଡା, ଉମାକାନ୍ତ ବିଶ୍ଵାଳ, ବାସୁଦେବ ରଥ ଏବଂ ଶିକ୍ଷକ ରାମାକାନ୍ତ ଲେଙ୍କା, ଶିକ୍ଷୟତ୍ରୀ ମଧୁସ୍ମିତା ନାୟକ, ଇତିଶ୍ରୀ ବର୍ଷାରାଣୀ ରାଉତ ଓ ଛାତ୍ରମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନପଦ୍ମ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଧରାକୋଟ ରେ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ଥ

Sunil Chandra Nayak

ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଙ୍କୁ ଭେଟି ଚାରି ଦଫା ଦାବୀ ଦୋହରାଇଲା ଇନ୍ଦ୍ରାବତୀ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!