ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ମନ୍ଦିର ଜାମଦାରେ ଅଷ୍ଟବିଂଶତି ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ

 ମୟୂରଭଞ୍ଜ ୦୧/୦୪ (ମସିହା) ମୟୂରଭଞ୍ଜ ଜିଲ୍ଲା ସରସ୍ବତୀ ଶିଶୁ ମନ୍ଦିର ଜାମଦାରେ ଅଷ୍ଟ ବିଂଶତି ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି |ମୁଖ୍ୟ ଅତିଥୀ ଚିତ୍ତ ରଂଜନ ମହାନ୍ତ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆସନ ଗ୍ରହଣ କରିଥିଲେ |ଶିଶୁ ମନ୍ଦିରର ସହ ସମ୍ପାଦକ ଭାସ୍କର ଚନ୍ଦ୍ର ପାଲଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଶିକ୍ଷା ଓ ସଂସ୍କାର,ବିଦ୍ୟା ଭାରତୀର ଉତ୍ପତ୍ତି ବିଷୟରେ,ଶିଶୁର ବିକାଶ ଓ ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ |ସମ୍ମାନୀୟ ଅତିଥୀ ହେସେଲପାଟା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ଶିକ୍ଷା ବିକାଶ ସମିତି ଦ୍ବାରା ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କିପରି କରାଯାଇପାରିବ,ଶିଶୁର ବୌଦ୍ଧିକ ବିକାଶ କିପିରି ହୋଇପାରିବ,ଉତ୍ତମ ସଂସ୍କାର,ଚରିତ୍ର ଗଠନରେ ଶିଶୁ ମନ୍ଦିର ଭୂମିକା କଅଣ ତାହାରି ଉପରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ |ନିମନ୍ତ୍ରୀତ ଅତିଥୀ ସମାଜସେବୀ ବିଜୁ ଗୋପାଲ ଗୋପ ଉପସ୍ଥିତ ରହି ଶିଶୁ ମନ୍ଦିରର ସଂସ୍କାର ତଥା ଗୁରୁଜୀଗୁରୁମାଙ୍କର ଅପ୍ରମିତ ଭୂମିକା କିପରି ରହିଥାଏ ଓ ବିଦ୍ୟାର୍ଥୀଙ୍କ ସହ କେଉଁପରି ସମ୍ପର୍କ ରହିଥାଏ ତାହା ଅବଗତ କରାଇଥିଲେ | ମୁଖ୍ୟବକ୍ତା ପ୍ରଶାନ୍ତ କୁମାର ବାରିକ୍ ଶିକ୍ଷା ବ୍ୟବସ୍ଥାର ଭିତ୍ତି ଭୂମି ଉପରେ ଆଲୋକପାତ୍ କରିଥିଲେ |ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସସ୍ମିତା ଟୁଡୁ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଦୀପକ ଗୁରୁଜୀ ଉପସ୍ଥିତ ଥିବା ଅତିଥିଗଣଙ୍କୁ,ଅଭିଭାବକ ଅଭିଭାବିକାଙ୍କୁ,ବିଦ୍ୟାର୍ଥୀଙ୍କୁ ସାଧୁବାଦ ଅର୍ପଣ କରିଥିଲେ |ବାର୍ଷିକ ଉତ୍ସବ ପ୍ରାରମ୍ଭ ନ ହେବା ପୂର୍ବରୁ ପ୍ରଧାନଆଚାର୍ଯ୍ୟାଙ୍କ ସସ୍ମିତା ଟୁଡୁଙ୍କ ଅଧ୍ୟକ୍ଷତାରେ ସମାଜସେବୀ ଲକ୍ଷ୍ମଣ ଟୁଡୁ,ଦେବ କିଶୋର କାଳନ୍ଦୀ,ଓଡିଶା ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ,ସାମ୍ବାଦିକ ଶ୍ୟାମ ସୁନ୍ଦର ସାମଲ,ରାଜେନ୍ଦ୍ର ଗୁରୁଜୀ,ଯଶୋବନ୍ତ ଗୁରୁଜୀ ଉତ୍କଳ ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିଥିଲେ |ଏପ୍ରିଲ ପହିଲା ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଆମ ରାଜ୍ୟବାସୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ । ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ସ୍ବଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉତ୍କଳ ଦିବସ ଗଠନରେ ଅପ୍ରମିତ ଅବଦାନ ରହିଛି ଏବଂ ଭାଷା ହେଉଛି ଯେକୌଣସି ଜାତିର ପ୍ରାଣସ୍ପନ୍ଦନ,ତା’ର ଜୀବନ ଶକ୍ତି,ସକଳ ଜୀବନଚର୍ଯ୍ୟା ଓ ସମାଜ ଚର୍ଯ୍ୟାର ସାମଗ୍ରିକ ସ୍ଵର ଓ ସ୍ଵାକ୍ଷର।ଆସନ୍ତୁ ପ୍ରାୟ ୯ ଦଶନ୍ଧିର ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶୁଭ ଲଗ୍ନରେ ଆମେ ଆମର ଉତ୍ତରଦାୟିତ୍ଵକୁ ପବିତ୍ର ଉତ୍କଳ ଦିବସରେ ସ୍ଵୀକାର କରିବା ଏବଂ ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡିଆ ଭାଷାକୁ ଭାଷା ସଙ୍କଟରୁ ଉଦ୍ଧାର କରିବାକୁ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ଦେଇଥିଲେ |

ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଶିଶୁ ପ୍ରାରମ୍ଭରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀଗଣ ଗୀତ,ନୃତ୍ୟ ପରିବେଷଣ କରି ଦର୍ଶକଦର୍ଶିକାଙ୍କର ମନକୁ ପ୍ରଫୁଲ୍ଲିତ କରିଥିଲେ |ପଲ୍ଲବୀ ଗୁରୁମା ଅତିଥୀଗଣଙ୍କର ପରିଚୟ ପ୍ରଦାନ କରିଥିଲାବଳେ ଭଞ୍ଜ କିଶୋର ବିରୁଆ,କାଶୀ ହେମ୍ବ୍ରମ,ପମା ଗୁରୁମା,ଲକ୍ଷ୍ମୀ ଗୁରୁମା,ରାନ ଗୁରୁମା,ଚନ୍ଦନ ଗୁରୁଜୀ,ବିଶେ ଭାଇ ପ୍ରମୁଖ ବାର୍ଷିକ ଉତ୍ସବକୁ ପରିଚାଳନା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

Prativa Satapathy nominated as a member of OSCW.

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

Leave a Comment

error: Content is protected !!