ତେରେସିଂହା କପ୍ ଫୁଟବଲ୍: ଫାଇନାଲରେ ଡଙ୍ଗାପଟା
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୩ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି l ଆଜିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ବିନେକେଲା ବନାମ ଡଙ୍ଗାପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ଡଙ୍ଗାପଟା ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ତେରେସିଂହା ଗ୍ରା. ପ. ସରପଞ୍ଚ ପ୍ରମୋଦ ସୁନା, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଛବିଳ ନାଏକ ଯୋଗ ଦେଇଥିଲେ l ଆୟୋଜକ କମିଟି ର ସଭାପତି କିଶୋର ଚନ୍ଦ୍ର ନାଏକ ଓ ସମ୍ପାଦକ ରଶ୍ମି ରଞ୍ଜନ ରଣାଙ୍କ ନେତୃତ୍ବରେ କମିଟି ସଦସ୍ୟ ତପନ ମାଝୀ, ବୁଲୁ ରଣା, ସୁରେଶ ଭୋଇ, ଗୌର ଚନ୍ଦ୍ର ନାଏକ, ଚୂଡ଼ାମଣି ରଣା, ଅର୍ଜୁନ ବେବର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ l ମ୍ୟାଚକୁ ଚଞ୍ଚଳ ମାଝୀ ପରିଚାଳନା କରିଥିବା ବେଳେ ବିଶେଶ୍ୱର ପ୍ରଧାନ ଓ ବୁଲୁ ମାଝୀ ସହଯୋଗ କରିଥିଲେ l ଦେବେନ୍ଦ୍ର ରଣା ଧାରାବିବରଣୀ ପ୍ରଦାନ କରିଥିଲେ l ରବିବାର ଲଇତରା ଓ ଡଙ୍ଗାପଟା ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି l