ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

କର୍ଲାପଡା – ୨ୟ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ କର୍ଲାପଡ଼ା ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ ରେ କର୍ଲାପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆୟୋଜନ କମିଟି ସହିତ ସମସ୍ତ ଖେଳାଳି ଓ ଖେଳପ୍ରେମି ମାନଙ୍କୁ ଉତ୍ସାହ ପ୍ରଦାନକରିଥିଲେ। ଭବାନୀପାଟଣା ଓ କେସିଙ୍ଗା ବ୍ଲକର ମୋଟ୍ ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ କର୍ଲାପଡ଼ା ର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ନବ ୟୁଗା ସିଡ୍ସ୍ ର ମାର୍କେଟିଙ୍ଗ ଅଫିସର ଶ୍ରୀ ଅଶ୍ଵିନୀ କୁମାର ପ୍ରଧାନ ଓ ସିପୁନ, ସୁନୀଲ,ଶିବୁ, କିଶୋର, ଅରୂପ, ସ୍ବରୂପ,ଚେତକ,ବାପୁନ୍,ଗଣା, ବିଶ୍ବଜିତ,ନିକେଶ, ରାହୁଲ,ବୁଲୁ, ଅବିନାଶ ଙ୍କ ତତ୍ତ୍ଵାବଧାନରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

Sunil Chandra Nayak

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

masiha

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

masiha

Leave a Comment

error: Content is protected !!