କର୍ଲାପଡା – ୨ୟ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ କର୍ଲାପଡ଼ା ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ ରେ କର୍ଲାପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆୟୋଜନ କମିଟି ସହିତ ସମସ୍ତ ଖେଳାଳି ଓ ଖେଳପ୍ରେମି ମାନଙ୍କୁ ଉତ୍ସାହ ପ୍ରଦାନକରିଥିଲେ। ଭବାନୀପାଟଣା ଓ କେସିଙ୍ଗା ବ୍ଲକର ମୋଟ୍ ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ କର୍ଲାପଡ଼ା ର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ନବ ୟୁଗା ସିଡ୍ସ୍ ର ମାର୍କେଟିଙ୍ଗ ଅଫିସର ଶ୍ରୀ ଅଶ୍ଵିନୀ କୁମାର ପ୍ରଧାନ ଓ ସିପୁନ, ସୁନୀଲ,ଶିବୁ, କିଶୋର, ଅରୂପ, ସ୍ବରୂପ,ଚେତକ,ବାପୁନ୍,ଗଣା, ବିଶ୍ବଜିତ,ନିକେଶ, ରାହୁଲ,ବୁଲୁ, ଅବିନାଶ ଙ୍କ ତତ୍ତ୍ଵାବଧାନରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।