ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୨୩ ମସିହା ଜାନୁଆରୀ ୧ ତାରିଖ କଳାହାଣ୍ଡି ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ

ବାନୀପାଟଣା ତା ୩୦.୧୨.୨୦୨୨:ଆସନ୍ତା ଜାନୁଆରି ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଠାରେ ହେବାକୁ ଥିବା ହକି ବିଶ୍ଵ କପ୍ କୁ ସ୍ମରଣ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ହକି ବିଶ୍ଵକପ୍ ଟ୍ରଫି ରଥ ପରିକ୍ରମା କରୁଛି । ଏହି କ୍ରମରେ ଆସନ୍ତା ଜାନୁଆରି ୧ ତାରିଖ ରେ ହକି ବିଶ୍ଵ କପ୍ ଟ୍ରଫି କଳାହାଣ୍ଡିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରି ୧ ତାରିଖ ଦିନ ୧.୦୦ ଘ.ସମୟରେ ନବରଙ୍ଗପୁର ସୀମା ନିକଟବର୍ତ୍ତୀ ଆମପାଣି ଠାରେ ଟ୍ରଫିକୁ ସ୍ଵାଗତ କରାଯିବ । ସେଠାରେ ପ୍ରଶାସନ, ଜନ ପ୍ରତିନିଧି, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ହାଇସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ତରଫରୁ ସାଂସ୍କୃତିକ ପରିବେଷଣରେ ସ୍ଵାଗତ କରାଯାଇ ଟ୍ରଫିକୁ କୋକସରା, ଜୁନାଗଡ଼ , କୁଟୁରୁଖୁମାର୍ ଠାରେ ଜନସାଧାରଣ,ପ୍ରଶାସନ ଓ ଜନପ୍ରତିନିଧିଙ୍କ ଗ୍ରହଣରେ ଭବ୍ୟ ସ୍ଵାଗତ କରାଯାଇ ଭବାନୀପାଟଣା ସହରରେ ପ୍ରବେଶ କରିବ । ସହରରେ ନକ୍ଟିଗୁଡା, ବସଷ୍ଟାଣ୍ଡ ,ଘୋଡ଼ାଘାଟ ଛକ, ଦୟାନିଧି ଛକ,ମାଣିକେଶ୍ଵରୀ ଛକ ଦେଇ ଟାଉନ ହଲ ରେ ପହଞ୍ଚିବ। ଟାଉନ ହଲ ଠାରୁ ବିରାଟ ଶୋଭାଯାତ୍ରା ରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ରେ ଅପରାହ୍ନ ୦୩.୪୦ ଘ: ସମୟରେ ପହଞ୍ଚିବ । ଭବାନିପାଟଣାଠାରେ ଟ୍ରଫି ରଥକୁ ଜିଲ୍ଲା ପ୍ରଶାସନ, ବିଧାୟକଗଣ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ସହରରେ ଭବ୍ୟ ସ୍ଵାଗତ ପୂର୍ବକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ୦୧.୦୧.୨୦୨୩ ରିଖରେ ସକାଳ ୦୭.୦୦ ଘ: ସମୟରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଛକଠାରୁ ମେଦିନୀପୁରସ୍ଥିତ ବିନାୟକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମିନି ମାରାଥନ୍ ଅନୁଷ୍ଠିତ ହେବ ଏବଂ ସେଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯିବ । ଶୋଭାଯାତ୍ରା ଓ ସ୍ଵାଗତ ସମାରୋହରେ ବିପୁଳ ସଂଖ୍ୟାରେ ଯୋଗ ଦେବାସହ କୁଟୁରୁଖୁମାର୍ ର ଦୁଇଟି ମହିଳା ହକିଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ କୁ ଉପଭୋଗ କରିବାକୁ ଅନୁରୋଧ କରାଯାଉଛି।

ମସିହା ନିଉଜ ସର୍ଭିସ୍ 

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଶିକ୍ଷକ ସଂଘର ଶପଥ ଗ୍ରହଣ ଉତ୍ସବ ,ପ୍ରାଥମିକ ଶିକ୍ଷକ ସଂଘ ଧରାକୋଟ 

Leave a Comment

error: Content is protected !!