ବାନୀପାଟଣା ତା ୩୦.୧୨.୨୦୨୨:ଆସନ୍ତା ଜାନୁଆରି ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଠାରେ ହେବାକୁ ଥିବା ହକି ବିଶ୍ଵ କପ୍ କୁ ସ୍ମରଣ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ହକି ବିଶ୍ଵକପ୍ ଟ୍ରଫି ରଥ ପରିକ୍ରମା କରୁଛି । ଏହି କ୍ରମରେ ଆସନ୍ତା ଜାନୁଆରି ୧ ତାରିଖ ରେ ହକି ବିଶ୍ଵ କପ୍ ଟ୍ରଫି କଳାହାଣ୍ଡିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରି ୧ ତାରିଖ ଦିନ ୧.୦୦ ଘ.ସମୟରେ ନବରଙ୍ଗପୁର ସୀମା ନିକଟବର୍ତ୍ତୀ ଆମପାଣି ଠାରେ ଟ୍ରଫିକୁ ସ୍ଵାଗତ କରାଯିବ । ସେଠାରେ ପ୍ରଶାସନ, ଜନ ପ୍ରତିନିଧି, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ହାଇସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ତରଫରୁ ସାଂସ୍କୃତିକ ପରିବେଷଣରେ ସ୍ଵାଗତ କରାଯାଇ ଟ୍ରଫିକୁ କୋକସରା, ଜୁନାଗଡ଼ , କୁଟୁରୁଖୁମାର୍ ଠାରେ ଜନସାଧାରଣ,ପ୍ରଶାସନ ଓ ଜନପ୍ରତିନିଧିଙ୍କ ଗ୍ରହଣରେ ଭବ୍ୟ ସ୍ଵାଗତ କରାଯାଇ ଭବାନୀପାଟଣା ସହରରେ ପ୍ରବେଶ କରିବ । ସହରରେ ନକ୍ଟିଗୁଡା, ବସଷ୍ଟାଣ୍ଡ ,ଘୋଡ଼ାଘାଟ ଛକ, ଦୟାନିଧି ଛକ,ମାଣିକେଶ୍ଵରୀ ଛକ ଦେଇ ଟାଉନ ହଲ ରେ ପହଞ୍ଚିବ। ଟାଉନ ହଲ ଠାରୁ ବିରାଟ ଶୋଭାଯାତ୍ରା ରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ରେ ଅପରାହ୍ନ ୦୩.୪୦ ଘ: ସମୟରେ ପହଞ୍ଚିବ । ଭବାନିପାଟଣାଠାରେ ଟ୍ରଫି ରଥକୁ ଜିଲ୍ଲା ପ୍ରଶାସନ, ବିଧାୟକଗଣ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ସହରରେ ଭବ୍ୟ ସ୍ଵାଗତ ପୂର୍ବକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ୦୧.୦୧.୨୦୨୩ ରିଖରେ ସକାଳ ୦୭.୦୦ ଘ: ସମୟରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଛକଠାରୁ ମେଦିନୀପୁରସ୍ଥିତ ବିନାୟକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମିନି ମାରାଥନ୍ ଅନୁଷ୍ଠିତ ହେବ ଏବଂ ସେଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯିବ । ଶୋଭାଯାତ୍ରା ଓ ସ୍ଵାଗତ ସମାରୋହରେ ବିପୁଳ ସଂଖ୍ୟାରେ ଯୋଗ ଦେବାସହ କୁଟୁରୁଖୁମାର୍ ର ଦୁଇଟି ମହିଳା ହକିଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ କୁ ଉପଭୋଗ କରିବାକୁ ଅନୁରୋଧ କରାଯାଉଛି।