ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ର ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଓଡିଶୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର ନୃତ୍ୟ ଶୀଳ୍ପି ମାନେ ଗୁରୁ ବିନୋଦ ଚନ୍ଦ୍ର ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ଡିସେମ୍ବର ୨୯ ତାରିଖରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ବର ଠାରେ ଓଡିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ଆଗାମୀ ଜାନୁୟାରୀ ମାସରେ ଡିଡି ଓଡିଆ ରେ ଗୁରୁବାର ରାତି ୮ ଟା ସମୟରେ ଦୂରଦର୍ଶନ ଚାନେଲ ରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି। ଏହା କନ୍ଧମାଳ ପାଇଁ ଗର୍ବ ଓ ଗୌରବ ର କଥା ଏବଂ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି କନ୍ଧମାଳ ନଟରାଜ କଳାମନ୍ଦିର ଫୁଲବାଣୀ। ଏଥିପାଇଁ କନ୍ଧମାଳବାସୀ ଅନୁଷ୍ଠାନର ଶୀଳ୍ପି ଓ ଗୁରୁଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।