ଉତ୍କେଲା, ଠ୮/O୧, : କେସିଙ୍ଗା ବ୍ଳକ ଉତ୍କେଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳ ସ୍ତରୀୟ ଖେଳ କୁଦ ଉତ୍କେଲା ମିନି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି |ଉକ୍ତ ସମାରୋହରେ ଚାଞ୍ଚେର ସରପଞ୍ଚ ଅଞୁ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ରୂପେ କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ସଂକୁଳ ସଂଯୋଜକ ପ୍ରବିଣ ବେହେରା , ଜିଲ୍ଲା କୃଷକ ମୋର୍ଚା ସଭାପତି ବସନ୍ତ ପୁରୋହିତ,କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଭ୍ୟ ସୁରେଷ ଚୌଧୁରି ପ୍ରମୁଖ ମଞ୍ଚାଷିନ ହୋଇ ଉପସ୍ଥିତ ରହି ଥିଲେ । ବିଦ୍ୟାଲୟ ର ପରିଚାଳନା କମିଟି ସଭାପତି ଜୟହରି ପୁଟେଲ, ସଂପାଦକ କୁଶଚନ୍ଦ୍ର ସାହୁ, କୋଶାଧ୍ୟକ୍ଷ ଶଙ୍କର ପ୍ରସାଦ ସାହୁ,ସଦସ୍ୟ ଅଜୟ କୁମାର ସାହୁ, କାର୍ଯ୍ୟକ୍ରମରେ ସାମିଲ ହୋଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l କ୍ରିଡା ସମାରୋହ ରେ ୧୬୧ ଜଣ ପ୍ରତିଭାଗି ଯୋଗ ଦେଇଥିଲେ l ବିଦ୍ୟାଲୟ ର ଶାରିରିକ ପ୍ରମୁଖ ଶିକ୍ଷକ ସଂଜିବ କୁମାର ବୁଦ୍ଧିଆ ଓ ସଂକୁଳ ପ୍ରମୁଖ ସମସ୍ତ ଖେଳ ପରିଚାଳନା ରେ ସହଯୋଗ କରିଥିଲେ I ପ୍ରଧାନ ଶିକ୍ଷକ ପଞ୍ଚାନନ ମହାପାତ୍ର ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ.ଶିକ୍ଷକ ପ୍ରଦୁମ୍ନ କୁମାର ଭୋଇ ।
next post