ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ପରିଚାଳନାରେ ଚିକିତ୍ସାରେ ଅବ୍ୟବସ୍ଥା 

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ପରିଚାଳନାରେ ଚିକିତ୍ସାରେ ଅବ୍ୟବସ୍ଥା 

କାମାକ୍ଷାନଗର (ମନିସ )6/5/25 // କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଦାୟିତ୍ୱ ରେ ଥିବା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟଧାରାରେ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିଗମ୍ବର ସାହୁ ଦୈନିକ ଚିକିତ୍ସାଳୟରେ ରୋଗୀ ନଦେଖି ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ନିଜ ବାସଭବନରେ ଅବିରତ ରୋଗୀ ଦେଖୁଥିବା ବେଳେ ରୋଗୀଙ୍କ ଠାରୁ ୩ ଶହ ରୁ ଉର୍ଦ୍ଧ ଫିସ ନେଇ ୩ ହଜାରରୁ ଉର୍ଦ୍ଧ ଟଙ୍କାର ଔଷଧ ଲେଖୁଥିବା ବେଳେ ସେସବୁ ଔଷଧ ଦୋକାନରୁ କିଣିବାକୁ ପାଖରେ ନିୟୋଜିତ କର୍ମଚାରୀ ପରାମର୍ଶ ମଧ୍ୟ ଦେଇଥାନ୍ତି l ରୋଗୀ ଚିକିତ୍ସାଳୟରୁ ଔଷଧ ନନେଇ କର୍ମଚାରୀ ନିର୍ଦେଶ ଦେଇଥିବା ବାହାରେ ଥିବା ଔଷଧ ଦୋକାନରୁ ଔଷଧ କିଣି ନୟାନ୍ତ ହେଉଛନ୍ତି l ପୁଣି ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ ସହାୟତାରେ ବସଭବନକୁ ଡକାଇ ସେଠାରେ ଦେଖୁଥିବାର ଅଭିଯୋଗ ହେଉଛି l ଡାକ୍ତରଖାନାରେ ଅବସ୍ଥାପିତ ଡାକ୍ତର ମାନଙ୍କୁ ଅନୁଯାୟୀ ବହିଁବିଭାଗରେ ୨ ରୁ ୩ ଘଣ୍ଟା ଲେଖାଏଁ ରୋଗୀ ଦେଖିବାକୁ ପରାମର୍ଶ ଦେଉଥିବା ବେଳେ ଡାକ୍ତରମାନେ ଏକାକୀ ୨ ଶହ ରୁ ଉର୍ଦ୍ଧ ରୋଗୀ ଦେଖି ନୟାନ୍ତ ହୋଇ ପଡୁଥିବାର ଅଭିଯୋଗ ହେଉଛି l ମୁଖ୍ୟ ଚିକିତ୍ସାଧିକାରୀ ନିଜ ବାସଭବନ ରେ ରୋଗୀ ଦେଖୁଥିବାରୁ ଚିକିତ୍ସାଳୟ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ l ବସଭବନରେ ରୋଗୀ ଦେଖୁଥିବା ବେଳେ ଔଷଧ ସହିତ ରୋଗୀର ପରୀକ୍ଷା ନିରୀକ୍ଷା ପାଇଁ ଚିକିତ୍ସାଳୟ ବାହାରେ ଥିବା ପରୀକ୍ଷା କେନ୍ଦ୍ରକୁ ପଠାଇ ଥାନ୍ତି l ସରକାରଙ୍କ ପକ୍ଷରୁ ନିରାମୟ ଯୋଜନାରେ c ଚିକିତ୍ସାଳୟ ପରିସରରେ ମାଗଣାରେ ଔଷଧ ବିତରଣର ବ୍ୟବସ୍ଥା ଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀ ବାହାରୁ ଔଷଧ କିଣିବାକୁ ନିର୍ଦେଶ ଦେଇ ଦୋକାନୀ ଏବଂ ଔଷଧ କମ୍ପାନୀକୁ ପୋଷିବା ଏକ ପେସାରେ ପରିଣତ କରିଥିବାର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି l ଏ ସଂକ୍ରାନ୍ତରେ ଜିଲ୍ଲା ଚିକିତ୍ସାଧିକାରୀ ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସହରର ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି l ଏ ସଂକ୍ରାନ୍ତ୍ରରେ ସହରର ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ବେଳେ ଉପଜିଲ୍ଲାପାଳ ଦିନମଣି ନାୟକ ଏଥିପ୍ରତି ଗୁରୁତ୍ୱ ଦେଇ ଯଥା ସମ୍ଭବ ପଦକ୍ଷେପ ନେବାପାଇଁ ପ୍ରକାଶ କରିଛନ୍ତି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

Sunil Chandra Nayak

ନୂଆପଡା ଜିଲ୍ଲା ପ୍ରାଚୀନ ମୁଖ୍ୟ ଫାଟକ ଭୁସଡି ପଡିଲା, ପୋଲିସ ବସ ଗାଡି ପଛ ପଟେ କ୍ଷତି ହେବା ସୂଚନା 

Sunil Chandra Nayak

ନନ୍ଦଘର ଠାରେ ଶିଶୁଦିବସ ପାଳନ 

masiha

Leave a Comment

error: Content is protected !!