ସାଇନିଂ କିଡ୍ ଓୱର୍ଲ୍ଡ ରେ ପାଳିତ ହେଲା ଜନ୍ମାଷ୍ଟମୀ।
ଜୁନାଗଡ ୦୬/୦୯(ମ ନି ସ)ଜୁନାଗଡ ସହର ସ୍ଥିତ ସାଇନିଂ କିଡ୍ ୱlର୍ଲ୍ଡ ସ୍କୁଲ ରେ ପଵିତ୍ର ଜନ୍ମାଷ୍ଟମୀ ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷ ଆର୍ତ୍ତ ଚରଣ ବାଗ ଙ୍କ ଅଧ୍ୟକ୍ଷତାରେ ସାଇନିଂ କିଡ୍ସ ୱlର୍ଲ୍ଡ ର ପରିଚାଳକ ପ୍ରବୀର କୁମାର ଗୋୟଲ, ଉପାଧକ୍ଷ ସୁଶାନ୍ତ ଦଣ୍ଡସେନା ଓ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଯୋଗଦେଇ ଜନ୍ମାଷ୍ଟମୀ ପାଳନ କରିଥିଲେ l ଏହି ଅବସର ରେ ପେନ୍ସି ଡ୍ରେସ୍ ଓ କୁନି କୁନି ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା lଏବ୍ଂ ସନ୍ଧ୍ୟା ରେ ସ୍କୁଲ ପରିସର ରେ ଏକ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ପ୍ରିୟଙ୍କା ମିଶ୍ର ପରିଚାଳନା କରିଥିବା ବେଳେ ପରିଶେଷରେ ଉପାଧକ୍ଷ ସୁଶାନ୍ତ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ କର୍ମ ଚାରି ସହଯୋଗ କରିଥିଲେ।