ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ
ବାଲେଶ୍ଵର,୦୬/୯/୨୩- ମୋ ଅନୁଷ୍ଠାନ ଏକ ସାହିତ୍ୟ ଅନୁଷ୍ଠାନ । ଏହା ମଧ୍ୟ ଏକ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏଠି ଯେଉଁମାନେ ଅଛନ୍ତି ସେମାନେ କେବଳ ଜଣେ ଜଣେ ସାହିତ୍ୟ ସାଧକ ଏବଂ ସାଧିକା ପରିଚୟ ନେଇ ଅଛନ୍ତି । ସମସ୍ତଙ୍କ ପାଖରେ ସୁନ୍ଦର ସାହିତ୍ୟ ସୃଷ୍ଟି କରିବାର କ୍ଷମତା ରହିଛି । ଏଠାରେ ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କ ସୃଷ୍ଟିକୁ ଲୋକଲୋଚନକୁ ଅଣାଯାଇଥାଏ । କେତେବେଳେ ପ୍ରସଙ୍ଗ ଦିଆ ଯାଇଥାଏ ତ ପୁଣି କେତେବେଳେ ଶୀର୍ଷକ ଦିଆଯାଇଥାଏ ସାହିତ୍ୟ ସୃଷ୍ଟି ନିମନ୍ତେ । ପ୍ରସଙ୍ଗ କିମ୍ବା ଶୀର୍ଷକ ପାଇବା ମାତ୍ରେ ଆଗ୍ରହର ସହିତ ଲେଖିଚଲନ୍ତି ସାହିତ୍ୟ । ସାହିତ୍ୟ କେବଳ ପରିଚୟ ସୃଷ୍ଟି କରିବାରେ ଏକ ମାଧ୍ୟମ ମାତ୍ର । ନିଜସ୍ୱ ସୃଷ୍ଟି ସାହିତ୍ୟ ଯଦି କାହାର ହୃଦୟସ୍ପର୍ଶୀ, ଶିକ୍ଷଣୀୟ ବା ଆଦରଣୀୟ ହୋଇ ପାରିଲା ସେ ଅନ୍ୟ ମାନଙ୍କ ଠାରୁ ସେତେ ଆଦର ପାଇପାରିଲା । ସେତେ ପରିଚିତ ହୋଇପାରିଲା । ମୋ ଅନୁଷ୍ଠାନରେ ଯେତେଜଣ ସାହିତ୍ୟ ବନ୍ଧୁ ଅଛନ୍ତି ସମସ୍ତଙ୍କର ଲେଖା ବହୁ ଉଚ୍ଚକୋଟୀର ଓ ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ । ବିଦ୍ଯା ଶିକ୍ଷାର କେବେ ଶେଷ ନାହିଁ, ଯେତେ ଶିଖିଲେ ବି ଆହୁରି ଅଧିକ ଶିଖିବାର ଆଗ୍ରହ ଥାଏ । ଅନୁଷ୍ଠାନ ସବୁବେଳେ କିଛି ନା କିଛି ଶିକ୍ଷା ଦେବାର ଲକ୍ଷ୍ୟ ରଖିଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୨୩/୮/୨୩ ରିଖରେ ଏକ ପ୍ରସଙ୍ଗ ଦିଆଯାଇଥିଲା ଏବଂ ପ୍ରସଙ୍ଗ ଦେଖି ଶୀର୍ଷକ(କବିତା) ଅର୍ଥାତ୍ ପଦ୍ଯ ସୃଷ୍ଟି କରିବା ପାଇଁ କୁହାଯାଇଥିଲା । ଯାହାର ପ୍ରସଙ୍ଗ(ଗଦ୍ୟ) ଥିଲା ” ଗୋସ୍ୱାମୀ ତୁଳସୀଦାସ ” । ଏହି ଗଦ୍ୟକୁ ଦେଖି ଛବିରାଣୀ ପତି, ଜଗତସିଂହପୁର, ସୁକାନ୍ତି ସ୍ବାଇଁ, ରାଇପଲୀ, ଆସିକା, ଗଞ୍ଜାମ, ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ ଓ ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ ପ୍ରମୁଖ ପଦ୍ଯ ଅର୍ଥାତ୍ କବିତା ରଚନା କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ କବୟିତ୍ରୀ ଓ ଲେଖିକା ସୁଜାତା ଦାସ ମହାନ୍ତି, କଟକ ସମୀକ୍ଷା କରିଥିଲେ । ଶ୍ରୀମତୀ ଦାସ ମହାନ୍ତିଙ୍କ ସମୀକ୍ଷାରୁ ଛବିରାଣୀ ପତି ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ସ୍ଥାନ ଓ ଗୀତା ମଞ୍ଜରୀ ଦାସଙ୍କୁ ତୃତୀୟ ସ୍ଥାନ ମିଳିଛି । ଗଦ୍ୟରୁ ପଦ୍ଯ ସୃଷ୍ଟି କରିବା ମଧ୍ୟ ଏକ ଶିକ୍ଷା । ଯାହାହେଉ ଭଲ ଲେଖିଛନ୍ତି ଆଗାମୀ ଦିନରେ ଆହୁରି ଭଲ ଲେଖିବେ ବୋଲି ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଆଶା କରିଛନ୍ତି ।।