ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

ବାଲେଶ୍ଵର,୦୬/୯/୨୩- ମୋ ଅନୁଷ୍ଠାନ ଏକ ସାହିତ୍ୟ ଅନୁଷ୍ଠାନ । ଏହା ମଧ୍ୟ ଏକ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏଠି ଯେଉଁମାନେ ଅଛନ୍ତି ସେମାନେ କେବଳ ଜଣେ ଜଣେ ସାହିତ୍ୟ ସାଧକ ଏବଂ ସାଧିକା ପରିଚୟ ନେଇ ଅଛନ୍ତି । ସମସ୍ତଙ୍କ ପାଖରେ ସୁନ୍ଦର ସାହିତ୍ୟ ସୃଷ୍ଟି କରିବାର କ୍ଷମତା ରହିଛି । ଏଠାରେ ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କ ସୃଷ୍ଟିକୁ ଲୋକଲୋଚନକୁ ଅଣାଯାଇଥାଏ । କେତେବେଳେ ପ୍ରସଙ୍ଗ ଦିଆ ଯାଇଥାଏ ତ ପୁଣି କେତେବେଳେ ଶୀର୍ଷକ ଦିଆଯାଇଥାଏ ସାହିତ୍ୟ ସୃଷ୍ଟି ନିମନ୍ତେ । ପ୍ରସଙ୍ଗ କିମ୍ବା ଶୀର୍ଷକ ପାଇବା ମାତ୍ରେ ଆଗ୍ରହର ସହିତ ଲେଖିଚଲନ୍ତି ସାହିତ୍ୟ । ସାହିତ୍ୟ କେବଳ ପରିଚୟ ସୃଷ୍ଟି କରିବାରେ ଏକ ମାଧ୍ୟମ ମାତ୍ର । ନିଜସ୍ୱ ସୃଷ୍ଟି ସାହିତ୍ୟ ଯଦି କାହାର ହୃଦୟସ୍ପର୍ଶୀ, ଶିକ୍ଷଣୀୟ ବା ଆଦରଣୀୟ ହୋଇ ପାରିଲା ସେ ଅନ୍ୟ ମାନଙ୍କ ଠାରୁ ସେତେ ଆଦର ପାଇପାରିଲା । ସେତେ ପରିଚିତ ହୋଇପାରିଲା । ମୋ ଅନୁଷ୍ଠାନରେ ଯେତେଜଣ ସାହିତ୍ୟ ବନ୍ଧୁ ଅଛନ୍ତି ସମସ୍ତଙ୍କର ଲେଖା ବହୁ ଉଚ୍ଚକୋଟୀର ଓ ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ । ବିଦ୍ଯା ଶିକ୍ଷାର କେବେ ଶେଷ ନାହିଁ, ଯେତେ ଶିଖିଲେ ବି ଆହୁରି ଅଧିକ ଶିଖିବାର ଆଗ୍ରହ ଥାଏ । ଅନୁଷ୍ଠାନ ସବୁବେଳେ କିଛି ନା କିଛି ଶିକ୍ଷା ଦେବାର ଲକ୍ଷ୍ୟ ରଖିଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୨୩/୮/୨୩ ରିଖରେ ଏକ ପ୍ରସଙ୍ଗ ଦିଆଯାଇଥିଲା ଏବଂ ପ୍ରସଙ୍ଗ ଦେଖି ଶୀର୍ଷକ(କବିତା) ଅର୍ଥାତ୍ ପଦ୍ଯ ସୃଷ୍ଟି କରିବା ପାଇଁ କୁହାଯାଇଥିଲା । ଯାହାର ପ୍ରସଙ୍ଗ(ଗଦ୍ୟ) ଥିଲା ” ଗୋସ୍ୱାମୀ ତୁଳସୀଦାସ ” । ଏହି ଗଦ୍ୟକୁ ଦେଖି ଛବିରାଣୀ ପତି, ଜଗତସିଂହପୁର, ସୁକାନ୍ତି ସ୍ବାଇଁ, ରାଇପଲୀ, ଆସିକା, ଗଞ୍ଜାମ, ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ ଓ ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ ପ୍ରମୁଖ ପଦ୍ଯ ଅର୍ଥାତ୍ କବିତା ରଚନା କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ କବୟିତ୍ରୀ ଓ ଲେଖିକା ସୁଜାତା ଦାସ ମହାନ୍ତି, କଟକ ସମୀକ୍ଷା କରିଥିଲେ । ଶ୍ରୀମତୀ ଦାସ ମହାନ୍ତିଙ୍କ ସମୀକ୍ଷାରୁ ଛବିରାଣୀ ପତି ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ସ୍ଥାନ ଓ ଗୀତା ମଞ୍ଜରୀ ଦାସଙ୍କୁ ତୃତୀୟ ସ୍ଥାନ ମିଳିଛି । ଗଦ୍ୟରୁ ପଦ୍ଯ ସୃଷ୍ଟି କରିବା ମଧ୍ୟ ଏକ ଶିକ୍ଷା । ଯାହାହେଉ ଭଲ ଲେଖିଛନ୍ତି ଆଗାମୀ ଦିନରେ ଆହୁରି ଭଲ ଲେଖିବେ ବୋଲି ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଆଶା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା ବ୍ଲକରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

ସିଜିମାଳି ଆନ୍ଦୋଳନକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୁଦ୍ଧିଜୀବୀଙ୍କ ଗଣଧାରଣା, ଖଣି ଖନନକୁ ତୁରନ୍ତ ବାତିଲ ଦାବି କରାଯାଉ ନେଇ ଦାବିପତ୍ର 

Sunil Chandra Nayak

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

masiha

Leave a Comment

error: Content is protected !!