ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଦିବସ ପାଳିତ

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଦିବସ ପାଳିତ

ବେଲଗୁଣ୍ଠା ,୨୧/୦୬, ଆଜି ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ,ସମ୍ପାଦକ ପବିତ୍ର କୁମାର ସାହୁ,ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସୁବୁଦ୍ଧି ଯୋଗଦେଇଥିବା ବେଳେ ବହୁ ଅଭିଭାବକ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେଏବଂ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଗୀତା ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ସମସ୍ତ ଗୁରୁଜୀ ,ଗୁରୁମା ଓ ଶିଶୁ ଭାଇ ଭଉଣୀ ମାନେ ଯୋଗ ଦିବସରେ ଯୋଗ ଦେଇଥିଲେ।ପରିଶେଷରେ ରାଜୀବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପିଙ୍କି ପାତ୍ର,ଯୁବ ରେଡକ୍ରସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରଫୁଲ୍ଲ କୁମାର ଜେନା,ଅଧ୍ୟାପକ ସପନ କୁମାର ପ୍ରଧାନ,ଅଜୟ କୁମାର ବିଶ୍ବାଳଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Related posts

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

masiha

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

କ୍ରୀଡ଼ା ଶିକ୍ଷକ ରାଜ କପୁର ବାରିକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ 

Leave a Comment

error: Content is protected !!