ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲଵ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ 

ରୋଟାରୀ କ୍ଲଵ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ 

ରାଉରକେଲା: ରୋଟାରୀର ଅନୁଦାନ ପରିଚାଳନା ଓ ପ୍ରକଳ୍ପ ପ୍ରଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ _“ଅନୁଦାନ”_ ଥିମରେ ଗ୍ରାଣ୍ଟ ମ୍ୟାନେଜମେଣ୍ଟ ସେମିନାର ଆଜି ରାଉରକେଲା କ୍ଲବରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଜୀକରଣ ପରେ ପୂର୍ବାହ୍ନରେ ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଗଣେଶ ବନ୍ଦନା ସହିତ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ହୋଷ୍ଟ କ୍ଲବ ‘ରୋଟାରୀ କ୍ଳବ ରାଉରକେଲା ଷ୍ଟିଲ ସିଟି’ ର ସଭାପତି ରୋଟାରିଆନ୍ ବିଣାପାଣି ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରିଥିଲେ l ପ୍ରାରମ୍ଭ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।  

ସେମିନାର ଅଧ୍ୟକ୍ଷା ପିପି ଡା. ଅଞ୍ଜନା ମୈତ୍ର ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ଡିଜିଇ ଆଲମ ସିଂ ରୂପରା ଅନୁଦାନ ପ୍ରକଳ୍ପର ମହତ୍ୱ ଉପରେ ଆଲୋକପାତ କରିଥିଲେ। ପିଡିଜି ଶଶୀ ବଲବନ୍ଦ କୌର ( ଏଆରଆରଏଫସି -୨୬-୨୭ ) ଅନୁଦାନର ପ୍ରକାର ଓ ଡିଷ୍ଟ୍ରିକ୍ଟ ଅବଲୋକନ ସମ୍ପର୍କରେ ପିପିଟି ଉପସ୍ଥାପନ କରିଥିଲେ। ରୋଟାରିଆନ୍ ଦେବଜିତ୍ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ଲେନାରୀ ସେସନରେ ରୋଟାରୀ ଲିଡର ଓ ବିଶେଷଜ୍ଞମାନେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ସୁଶ୍ରୀ ଯୋଗିତା ଶର୍ମା, (ଆରଆଇଏସଏଓ ) “କିପରି ଦୃଢ଼ ଷ୍ଟୁଆର୍ଡସିପ ବିକଶିତ କରିବେ’ ସେ ବିଷୟରେ ଆଲୋଚନା କରିଥିଲେ। ପିଢ଼ିଜି ଏଫ.ସି. ମହାନ୍ତି( ଡିଏଲଏଫ- ୨୬-୨୭) “ସ୍ଥାୟିତ୍ୱର ସ୍ତମ୍ଭ” ଉପରେ ଆଲୋଚନା କରିଥିଲେ। ଡି.ଆର. ପଟ୍ଟନାୟକ (ଡିଆରଏଫସି) “ଗିଭିଙ୍ଗ ଆଣ୍ଡ ଲିଭିଙ୍ଗ ରୋଟାରୀ” ସମ୍ପର୍କ ରେ ସୁନ୍ଦର ଭାବେ ବକ୍ତବ୍ୟ ରଖିଥିଲେ l ପିପି ପ୍ରଦୀପ ଲାଠ _“ଗ୍ଲୋବାଲ ଗ୍ରାଣ୍ଟ ଓ ସିଏସଆର ”_ ବିଷୟରେ ବକ୍ତବ୍ୟ ରଖିଥିଲେ। ଖିଳେଶ ତ୍ରିବେଦୀ (ପିଡିଜି) _“କମ୍ୟୁନିଟି ଆସେସମେଣ୍ଟ ଓ ଗ୍ଲୋବାଲ ଗ୍ରାଣ୍ଟର ପ୍ରଭାବ”_ ଉପରେ ଗୁରୁତ୍ୱ ଦେଇଥିଲେ। ଅଜୟ ଅଗ୍ରୱାଲ (ଡିଏସଜିଡି) “କ୍ଲବ ଯୋଗ୍ୟତା, ଏମଓୟୁ ଏବଂ ଜିଜି ପାଇଁ କିପରି ଆବେଦନ କରିବେ” ସେ ସମ୍ପର୍କ ରେ ବୁଝାଇଥିଲେ। ପ୍ରଶ୍ନୋତ୍ତର ଅଧିବେଶନ ଓ ସମ୍ବର୍ଦ୍ଧନା ପରେ ରୋଟାରିଆନ୍ ସରିତା ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ।  ଓନ୍ ପିପି ପୁତୁଲ ରାହୁଲ (କୋ- ଚେୟାର )ମାଷ୍ଟର ଅଫ ସେରିମୋନି ଦାୟିତ୍ୱ ସୂଚାରୁ ରୁପେ ତୁଲାଇବା ସହ ଏହି କାର୍ଯ୍ୟକ୍ରମ _“ସ୍ଥାୟୀ ପ୍ରଭାବ ସୃଷ୍ଟି ପାଇଁ ଆଗକୁ ବଢ଼”_ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପାୟିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନା ରେ ରୋଟାରୀୟାନ ଲଳିତା ମୁଦାଲି, ରଶ୍ମି ନାୟକ, ଟୁନି ଦେବି ସାହୁ, ନମିତା ଆଚାର୍ଯ୍ୟ, ରଶ୍ମି ମିଶ୍ର, କୋମଲ ଅଗ୍ରୱାଲ, ପିଉ ଗୁହା, ନିଲମ ରତ୍ନାକର, ପୁନମ କପୁର, ପ୍ରତିଭା ଦେବି, ଆଶିଷ ନାୟକ, ଶୁଚିସ୍ମିତା ବିଶ୍ୱାସ, ବିଜୟ ବୈଭବ ରାୟ ପ୍ରମୁଖ ସହଯୋଗ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ମହିଳା କଲେଜରେ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

masiha

କେନାଲ ରେ ଭାସି ଯାଇ ମହିଳା ମୃତ 

Sunil Chandra Nayak

ଡାବୁଗାଁ ସହକାରୀ କୃଷି ଅଧିକାରୀ ରିଟେଲରଙ୍କ ଦୋକାନ ଚେକିଂ 

Sunil Chandra Nayak

Leave a Comment

error: Content is protected !!