ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

ନବରଂଗପୁର:(୨୨|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର: ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାଙ୍କ ସଭାପତିତ୍ବ ରେ ପାପଡାହାଣ୍ଡି ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସର୍ଗିଗୁଲ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବଧନ ଦେଇ ଛାତ୍ର ଛାତ୍ରୀଙ୍କୁ ଖାଇବା ରହିବା କିମ୍ବା ପାଠ ପଢା ରେ ଅସୁବିଧା ଯେପରି ନ ହେବ ସେଇଥିପାଇଁ ଜିଲ୍ଲା ପ୍ରଶାସନ ସବୁବେଳେ ତପ୍ତର ଅଛି ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଜିଲ୍ଲା ମଙ୍ଗଳ ବିଭାଗ ଶିକ୍ଷା ଅଧିକାରୀ କୈଳାସ ମହାରଣା, ପାପଡାହାଣ୍ଡି ଥାନା ଅଧିକାରୀ ପ୍ରଦୀପ ଜେନା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ସତ୍ୟବ୍ରତ ବେହେରା, ପାପଡ଼ହାଣ୍ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା ମଞ୍ଚାସିନ ଥିଲେ। ସଭାପତିତ୍ବ ଅଭିଭାଷଣରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପଲକା ସମସ୍ତ ଛାତ୍ର ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ କିମ୍ବା ଡାକ୍ତର ହେବା ପାଇଁ ସ୍ବପ୍ନ ଦେଖିବାକୁ କହିଥିଲେ ଏବଂ ସେହି ସ୍ବପ୍ନକୁ ସାକାର କରିବା ନିମନ୍ତେ ଏବେ ଠାରୁ ଚେଷ୍ଟା କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟ ରେ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଚିତ ସର୍ଗୀଫୁଲ ନାମରେ ଏକ ପୁସ୍ତକ ଉନ୍ମଚନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ସରିବା ପରେ ଅତିଥି ମାନେ ବିଭିନ୍ନ ବିଦ୍ୟାଳୟରୁ ଆଣିଥିବା ବିଜ୍ଞାନ ପ୍ରକଳ୍ପ କୁ ନେଇ ଅନୁଷ୍ଠିତ ବିଜ୍ଞାନ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସେହିପରି ନିକଟସ୍ତ ପଡିଆ ରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ଉଭୟ ବାଳକ ଓ ବାଳିକାଙ୍କୁ ନେଇ ଅନୁଷ୍ଠିତ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟନ କରିଥିଲେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ,ତର୍କ, ସୃଜନଶୀଲ ଲିଖନ, କୁଇଜ୍, ଏକକ ଏବଂ ଦଳଗତ ନୃତ୍ୟ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ତିନି ହଜାରରୁ ଅଧିକ ଛାତ୍ର ଛାତ୍ରୀଙ୍କ ସମାବେଶ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମଙ୍ଗଳ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

masiha

ଏବିଇଓ ରୋହିତ କୁମାର ରଣାଙ୍କ ଅବସରଗ୍ରହଣ

Sunil Chandra Nayak

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

masiha

Leave a Comment

error: Content is protected !!