ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ଶିକ୍ଷା ପାଇଁ କେସିଙ୍ଗାରେ ଯୁବ ସମ୍ମିଳନୀ 

କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ଶିକ୍ଷା ପାଇଁ କେସିଙ୍ଗାରେ ଯୁବ ସମ୍ମିଳନୀ 

କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହା ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ
‘ବେଟି ବଚାଓ, ବେଟି ପଢ଼ାଓ’ ବାର୍ତ୍ତା ନେଇ ଯୁବପିଢ଼ିଙ୍କୁ ସଚେତନତା

କେସିଙ୍ଗାରେ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନକୁ ଆଧାର କରି ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ସୁଷମା ମିଶ୍ର ଙ୍କ ନେତୃତ୍ବରେ କେସିଙ୍ଗା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ଯକ୍ରମରେ ଶ୍ରୀଚନ୍ଦନ କୁମାର ସେନାପତି ଅଧ୍ୟକ୍ଷ ପଞ୍ଚାୟତ ସମିତି କେସିଙ୍ଗା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ କେସିଙ୍ଗା ମହା ବିଦ୍ୟାଳୟ ଶ୍ରୀ ଅଶ୍ୱିନୀ କୁମାର ପଟ୍ଟନା ୟକ, ମହିଳା ପରିଦର୍ଷୀକା ସ୍ଵର୍ଣ୍ଣଲତା ଦାଶ, ଆନନ୍ଦିନି ପ୍ରଧାନ,ସୌଦାମିନୀ ଦାସ, କୁଞ୍ଜନେତ୍ରୀ ପୋଢ଼, ଦ୍ରୋପତି କୁମ୍ଭାର ଓ ଯମୁନା ସାହୁ ପ୍ରମୁଖ ଉପସ୍ଥିତ ରହି କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା, ସମାନ ଅଧିକାର ଓ ସଶକ୍ତିକରଣ ଦିଗରେ ସମାଜରେ ସଚେତନତା ସୃଷ୍ଟି କରିବା,କନ୍ୟା ସନ୍ତାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ଓ ବାଳିକାମାନଙ୍କୁ ଶିକ୍ଷାରୁ ବଞ୍ଚିତ ନକରି ସେମାନଙ୍କୁ ଉଚ୍ଚଶିକ୍ଷା ଗ୍ରହଣ ଓ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସମାନ ସୁଯୋଗ ଦେବା ଶିଶୁ ବିବାହ ରୋକିବା, ବାଳିକାମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ କନ୍ୟା ସନ୍ତାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ପରିବାର ଓ ସମାଜକୁ ସଚେତନ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଝିଅମାନଙ୍କୁ ଶିକ୍ଷା, କ୍ରୀଡ଼ା, ଦକ୍ଷତା ବିକାଶ ଓ ରୋଜଗାର କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପରିବାର ଓ ସମାଜ ପକ୍ଷରୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ଉପରେ ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ।ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀମାନେ ଯୋଗଦେଇ କରିଥିଲେ। 

ଯୁବପିଢ଼ି ସମାଜ ପରିବର୍ତ୍ତନର ମୁଖ୍ୟ ଶକ୍ତି ହୋଇଥିବାରୁ ‘ବେଟି ବଚାଓ, ବେଟି ପଢ଼ାଓ’ର ବାର୍ତ୍ତାକୁ ଗାଁ ଓ ସହରର ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ପହଞ୍ଚାଇବାରେ ଯୁବକ-ଯୁବତୀମାନେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା। କନ୍ୟା ସନ୍ତାନଙ୍କ ପ୍ରତି ସମାନ ଦୃଷ୍ଟିଭଙ୍ଗୀ, ଉତ୍ତମ ଶିକ୍ଷା ଓ ସୁରକ୍ଷିତ ପରିବେଶ ସୃଷ୍ଟି ହେଲେ ହିଁ ଏକ ସୁସ୍ଥ ଓ ସମାନତାଭିତ୍ତିକ ସମାଜ ଗଠନ ସମ୍ଭବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।

ସମ୍ମିଳନୀ ଶେଷରେ ଉପସ୍ଥିତ ଯୁବପିଢ଼ି ଓ ଅଂଶଗ୍ରହଣକାରୀମାନେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଓ ସମାନ ଅଧିକାର ପାଇଁ ସଚେତନତା ସୃଷ୍ଟି କରିବା ସହ ଶିଶୁ ବିବାହ ଭଳି ସାମାଜିକ ପ୍ରଥା ବିରୋଧରେ ଜନସଚେତନତା ବଢ଼ାଇବା ନେଇ ସଂକଳ୍ପ ନେଇଥିଲେ। କେସିଙ୍ଗାରେ ଅନୁଷ୍ଠିତ ଏହି ଯୁବ ସମ୍ମିଳନୀ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବାରେ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। 

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ଲୟଜ ୟୂନିଅନର ସମ୍ମିଳନୀ 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ -୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!