ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଲାଭଟା ରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ 

କପିଲାଭଟା ରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ 

ବଙ୍ଗୋମୁଣ୍ଡା,୧୪ା୧୧- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁ ରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନା ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଶୋଭା ହଂସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା,ମୁଖ୍ୟବକ୍ତା ଭାବେ କପିଲାଭଟା ପଂଚାୟତ ଯାଦବ ମହାସଭା ର ସଭାପତି ଜିତେନ୍ଦ୍ର ହଂସ,ସମ୍ମାନୀୟ ଅତିଥି ଭାବେ କପିଲାଭଟା ଗ୍ରା.ପ ର ସରପଂଚ ତୁଲସେ ଭୋଇ,ସମିତି ସଭ୍ୟ କେଦାର ଭୋଇ,ସମାଜସେବୀ ଦୁର୍ଦ୍ଦକ୍ଷ ହଂସ,ମାଁ ସାହାଜୀ ଯୁବକ ସଂଘ ର ସଂଯୋଜକ ପୃଥିରାଜ ବାଗ,ବଲଧା ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ସଦାନନ୍ଦ ତାଣ୍ଡି,ଅଲଣ୍ଡା ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ଯୁବରାଜ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅଂଚଳ ରେ ଏହି ପୂଜା ପ୍ରଥମ କରି ହେଉଥିବା ରୁ ଅଂଚଳ ଗୋଟିଏ ପ୍ରକାର ଉତ୍ସବ ମୁଖର ମାହୋଲ ହୋଇପଡିଛି । ଏହି ଉତ୍ସବ ଆଗାମୀ ଦିନ ରେ ମହୋତ୍ସବ ରୂପ ଧାରଣ କରୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନ ର ଆବାହକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଲେ ଦର୍ଶକ ମାନେ ଉପଭୋଗ କରିଥିଲେ । ପ୍ରତ୍ୟେହ ରାତ୍ରି ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସର ରେ ସୋମବାର ଅପରାହ୍ନ ରେ ସ୍ଥାନୀୟ ସହଦେବ ବନ୍ଧ ରୁ କଳସ ଆଣି ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିବା ପରେ ପୂଜାସ୍ଥଳ ରେ ସ୍ଥାପନ କରିଥିଲେ । ସ୍ଥାନୀୟ ଅଂଚଳ ରୁ ଗିରି ଆଣିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଗିରି ଗୋବର୍ଦ୍ଧନ ପୂଜା ରେ କର୍ତ୍ତା ଭାବେ ଦୟାକର ଗହିର ଓ ତାଙ୍କ ସହଧର୍ମଣୀ ସୁରୁବାଲି ଗହିର ଦାୟିତ୍ୱ ନେଇଥିବା ବେଲେ ପୂଜକ ଭାବେ ଭାଲୁମୁଣ୍ଡା ଗାଁ ର ପ୍ରଦୀପ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ମଙ୍ଗଳବାର ପୂଜା ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୂତୀ ହେବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ମିଲିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଲିଛି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

masiha

Dev Kumar Ghosh appointed Odisha State Working President of Journalist Council of India.

masiha

ବସ୍ତାରେ କୋର୍ଟ ଚାଲିଥିବା ବେଳେ ଅଘଟଣ ‐ଫ୍ଯାନ ଖସିପଡି ସରକାରୀ ଓକିଲ ଗୁରୁତର 

Sunil Chandra Nayak

Leave a Comment

error: Content is protected !!