ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଗା ଛାଡିବାକୁ ତହସିଲଦାର ଙ୍କ ନୋଟିସ ।ବନ୍ଦୋବସ୍ତ କରିବାକୁ ହିତାଧିକାରୀ ଙ୍କ ଦାବୀ

ଜାଗା ଛାଡିବାକୁ ତହସିଲଦାର ଙ୍କ ନୋଟିସ ।ବନ୍ଦୋବସ୍ତ କରିବାକୁ ହିତାଧିକାରୀ ଙ୍କ ଦାବୀ

ପାଟଣାଗଡ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବେହେରାବନ୍ଧ ରେ ରହୁଥିବା ଗରିବ ନିରୀହ ଲୋକଙ୍କୁ ବସବାସ କରିବା ପାଇଁ ୨୦୦୩ ମସିହା ରେ ପୂର୍ବତନ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଗରିବ ଭୂମିହୀନ ପରିବାର ଙ୍କୁ ଜମି ଯୋଗାଇଦେଇ ପଟ୍ଟା ମଧ୍ୟ ଦେଇଥିଲେ। ହେଲେ ଏବେ ଓଡିଶା ରେ ଏବେ ବିଜେପି ମୋହନ ସରକାର ଆସିବା ପରେ ନବୀନ ସରକାର ଗରିବ ଲୋକଙ୍କୁ ରହିବା ପାଇଁ ଜାଗା ଦେଇଥିବା ଲୋକଙ୍କୁ ସେହି ସ୍ଥାନ ରୁ ଉଠାଇବା କୁ ଚେଷ୍ଟା କରୁଥିବା ବେଳେ ଗରିବ ନିରୀହ ଲୋକଙ୍କ ପାଖକୁ ପାଟଣାଗଡ଼ ତହସିଲଦାର ଙ୍କ କାର୍ଯ୍ୟଳୟ ରୁ ଜାଗା ଛାଡିବାକୁ ଏକ ନୋଟିସ ଦିଆ ଯାଇଥିଲି। ସେହି ନୋଟିସ ସୂଚିତ ଅନୁଯାୟୀ ଆପଣଙ୍କ ନାମ ରେ ଲିଜ ପଟ୍ଟା ଦରଜ ହୋଇଥିଲେ ମଧ୍ୟ ଆଦ୍ୟାବଧି ଆପଣ ଉକ୍ତ ଲିଜ ଜମି କୁ ଵିଧି ଅନୁଯାୟୀ ଦଖଲ କରି ନାହାନ୍ତି ଏବଂ ଅନ୍ୟ ଉଦ୍ଦେଶ୍ୟରେ ବର୍ତ୍ତମାନ ଖେଳପଡିଆ ବ୍ୟବହାର କରାଯାଉଛି।ଏହାର ବିଚାର ନିମନ୍ତେ ଆସନ୍ତା ୦୨/୦୧/୨୦୨୫ ରେ ୧୦.୩୦ ମିନିଟ କୁ ପେଶୀ ଧାର୍ଯ୍ୟ କରାଯାଉଛି।ଏହା ଉପରେ ଆପଣଙ୍କ କିଛି ଆପତ୍ତି ଥାଏ ତେବେ ନିମ୍ନ ସ୍ଵାକ୍ଷରକାରିଙ୍କ କାର୍ଯ୍ୟଳୟ ରେ ଧାର୍ଯ୍ୟ ତାରିଖ ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଦରଖାସ୍ତ ଦାଖଲ କରିବା ହେବ ଧାର୍ଯ୍ୟ ତାରିଖ ପରେ କୌଣସି ଆପତ୍ତି ଦରଖାସ୍ତ ଗ୍ରହଣ କରାଯିବ ନାହିଁ ବୋଲି ଉଲ୍ଲେଖ ରହିଥିବା ବେଳେ ନୋଟିସ କୁ ଧରି ଶହ ଶହ ମହିଳା ପୁରୁଷ ମାନେ ପାଟଣାଗଡ଼ ତହସିଲ କାର୍ଯ୍ୟଳୟ କୁ ପହଞ୍ଚି ତହସିଲଦାର ଙ୍କୁ ଭେଟିଥିଲେ।ଅନ୍ୟ ପଟେ ପାଟଣାଗଡ଼ ତହସିଲଦାର ରୁଦ୍ରମୋହନ ନାୟକ ଙ୍କ କହିବା ଅନୁସାରେ ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଜାଗାକୁ ୩ ବର୍ଷ ରେ ଯଦି ପାଇଥିବା ହିତାଧିକାରୀ ବ୍ୟବହାର ନକରନ୍ତି ତେବେ ଉକ୍ତ ଜମିକୁ ସରକାର ଙ୍କ ଖାତା କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଜି ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ହିତାଧିକାରୀ ପାଟଣାଗଡ଼ ତହସିଲଦାର ଙ୍କୁ ଭେଟି ପାଇଥିବା ଜମି କୁ ଛାଡ଼ିବୁ ନାହିଁ ବୋଲି ଦାବୀ କରିବା ସହ ଆମର ବନ୍ଦୋବସ୍ତ କରିବାକୁ ମଧ୍ୟ ସେମାନେ ଦାବୀ କରିଥିଲେ। ପରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ। 

ଦୁର୍ଯୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

Sunil Chandra Nayak

ଜନ୍ମ ଦିନରେ ବୃକ୍ଷରୋପଣ କଲେ ବରିଷ୍ଠ ସମାଜସେବୀ 

masiha

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!