ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଆନ୍ତ ରାଜ୍ୟ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ,ଯୁଗ୍ମ ଅପରେସନ ଜାରି 

ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଆନ୍ତ ରାଜ୍ୟ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ,ଯୁଗ୍ମ ଅପରେସନ ଜାରି 

ନୂଆପଡା,ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଯବନ ମଧ୍ୟରେ ଗୁଳି ବିନିମୟ ହୋଇଅଛି। ଏହି ଗୁଳି ବିନିମୟ ରେ ତିନି ମାଓବାଦୀ ଙ୍କ ନିହତ ହେବା ସୂଚନା ଥିବା ବେଳେ ଅଧିକ ଆହତ ହୋଇଥିବା ଅନୁମାନ କରୁଥିବା ନୂଆପଡ଼ା ଏସ ପି ରଘବେନ୍ଦ୍ରା ରେଡ୍ଡୀ ପ୍ରକାଶ କରିଛନ୍ତି। ଆନ୍ତ ରାଜ୍ୟ ଯବନ ଙ୍କ ଯୁଗ୍ମ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା। ଚଳିତ ବର୍ଷ ଏହା ନେଇ ଏକ ବଡ ସଫଳତା ହାସଲ ହୋଇଅଛି। ଦୁଇ ଗୋଟି ରାଜ୍ୟ ର ୧୨ ଗୋଟି ଅପରେସନ ଦଳ ଗଠିତ ହୋଇ ଥିବା ବେଳେ ୫ ଗୋଟି ଏସ ଓ ଜି ଯବାନ, ୪ ଗୋଟି ଦଳ ଛତିଶଗଡ଼ର ଇ -୩୦ ଦଳ ଏବଂ ୩ ଗୋଟି ସିଆରପିଏଫ୍ ବିନ ୬୫ ଦଳ ଏହି ସର୍ଚ୍ଚ ଅପରେସନ ବେଳେ ଦାୟିତ୍ବରେ ରହିଛନ୍ତି। ପାଞ୍ଚ ଗୋଟି ଅସ୍ତ୍ର ଜବତ୍ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଅଛି।ଖବର ଲଖିବା ବେଳକୁ ଗୋଟିଏ ମାଓବାଦୀଙ୍କ ମୃତଶରୀର ମିଳିଥିବା ବେଳେ ଅନେକ ଆହତ ଏବଂ ମୃତାହତ ହୋଇଥିବା ନେଇ ସର୍ଚ୍ଚ ଅପରେସନକୁ ଚାଲିଥିବା ଏସ ପି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାସ୍ତା କଡରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଵହଳଦା ଥାନା ! ଶଶୂର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା ସନ୍ଦେହ 

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!