ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋବାଇଲ୍ ଫୋନ୍ ଲୁଟ୍ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଗିରଫ୍ ସହିତ ଲୁଟ୍ ଜିନିଷ ଉଦ୍ଧାର

ମୋବାଇଲ୍ ଫୋନ୍ ଲୁଟ୍ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଗିରଫ୍ ସହିତ ଲୁଟ୍ ଜିନିଷ ଉଦ୍ଧାର

ରାଉରକେଲା ବନ୍ଧମୁଣ୍ଡା ପୋଲିସ ଦ୍ୱାରା ଚୋରି ଯାଇଥିବା ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଉଦ୍ଧାର

ରାଉରକେଲା ୮/୮, ବନ୍ଧମୁଣ୍ଡା ପୋଲିସ ପକ୍ଷରୁ ଏକ ମୋବାଇଲ୍ ଫୋନ୍ ଲୁଟ୍ ମାମଲା ନଂ. ୧୭୨ ତାରିଖ ୧୬.୦୫.୨୦୨୬ର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ଅଭିଯୁକ୍ତ ନିକଟରୁ ଚୋରି ଯାଇଥିବା ୪ଟି ମୋବାଇଲ୍ ଫୋନ୍ ଏବଂ ୨ଟି ସ୍ମାର୍ଟ ଓ୍ବାଚ୍ ସହିତ ୩ଟି ମୋବାଇଲ୍ ଚାର୍ଜର ୩ଟି ଇୟର୍ ଫୋନ୍ ଜବତ୍ କରାଯିବା ସହ ବିଏନ୍ଏସ୍ ଧାରା ୩୩୧(୪) ଓ ୩୦୫(କ)ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। 

    ସୂଚନା ଅନୁସାରେ ରାଉରକେଲା ବନ୍ଧମୁଣ୍ଡା ପୋଲିସ ଚୋରି ହୋଇଥିବା ୪ଟି ମୋବାଇଲ୍ ଫୋନ୍, ୩ଟି ମୋବାଇଲ୍ ଚାର୍ଜର୍, ୩ଟି ଇୟର ଫୋନ୍ ଏବଂ ୨ଟି ସ୍ମାର୍ଟ ଘଣ୍ଟା ଜବତ କରିବାରେ ସଫଳ ହୋଇଛି। ତଦନ୍ତ ସମୟରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। 

          ପୋଲିସର ସୂଚନା ଅନୁସାରେ ୨୦୨୬ ମେ ୧୬ ତାରିଖରେ ସେକ୍ଟର-ସି ବଜାରର ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଥିବା ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଅଭିଯୁକ୍ତଙ୍କ କବଜାରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଏହାକୁ ବିକ୍ରୟ ଉଦ୍ଦେଶ୍ୟରେ ଲୁଚାଇ ରଖିଥିଲେ। ଆଇନର ପ୍ରକ୍ରିୟା ଅନୁସରଣ କରି ଜବତ ହୋଇଥିବା ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣକୁ ଜବତ୍ କରାଯାଇଛି। ଏଥିସହିତ ମାମଲାର ଅଧିକ ତଦନ୍ତ ଜାରି ରହିଛି।

    ଗିରଫ ଅଭିଯୁକ୍ତ ହେଲେ ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧମୁଣ୍ଡା ସେକ୍ଟର-ବି ଝୁମ୍ପୁଡିର ବୋମାଲି ଶ୍ରୀନୁ ରାଓ (୧୯ ବର୍ଷ)। ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ମାମଲା ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। 

     ଅଭିଯୁକ୍ତଙ୍କ ନିକଟରୁ ୦୪ଟି ମୋବାଇଲ୍ ଫୋନ୍, ୦୩ଟି ମୋବାଇଲ୍ ଚାର୍ଜର୍, ୦୩ଟି ଇୟର ଫୋନ୍ ଏବଂ ୦୨ଟି ସ୍ମାର୍ଟ ଘଣ୍ଟା ଜବତ୍ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଳି ଫୁଟିଲା ଢେଙ୍କାନାଳରେ, ଅଳ୍ପକେ ବର୍ତ୍ତିଲେ ଠିକାଦାର

Sunil Chandra Nayak

ପରକିୟା ପ୍ରିତୀର ବିଷମ ପରିଣତି…୩ ବର୍ଷର ଶିଶୁ ପୁତ୍ର କୁ ବିଷ ଦେଇ ହତ୍ୟା କଲା ସାବତ ବାପା

Sunil Chandra Nayak

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

Leave a Comment

error: Content is protected !!