ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

କେନ୍ଦୁଝର:-ରାଜ୍ୟ ରିସର୍ଚ୍ଚସେଣ୍ଟର ଅଧୀନରେ ଥିବା କେନ୍ଦୁଝର ଏବଂ ଯୋଡ଼ା ପ୍ରୟୋଗଶାଳାରେ ଉବୁଟୁବୁ ହେଉଛି ନୀତିଦିନ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ସୁଦ୍ଧା ଅଣଓଡ଼ିଆ ଖଣି ନିର୍ଦ୍ଧେଶକ ନୀରବ କାହିଁକି ସାଜିଛି ‘ନା’ ନିଜ ସ୍ୱାର୍ଥ ହାସଲ କରିବାରେ ଚୁପ।ତେବେ ଏମଧ୍ୟରେ ସରକାରଙ୍କ ଠାରୁ ଲକ୍ଷ’ଲକ୍ଷ ମୋଟା ବେତନ ନେଇ,ଯୋଡ଼ା ଏବଂ କେନ୍ଦୁଝର ପ୍ରୟୋଗଶାଳାରେ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିବା ବ୍ୟତୀତ କେନ୍ଦୁଝର ସଦରରେ ଥିବା ପ୍ରୟୋଗଶାଳାରେ ସରକାରଙ୍କ କୋଟି’କୋଟି ଟଙ୍କାର ମୂଲ୍ୟବାନ ଷ୍ଟୋର ମଧ୍ୟରେ ଥିବା ସମ୍ପତି ଦୀର୍ଘବର୍ଷ ଧରି ଅର୍ଣ୍ଣାଥ ଅବସ୍ଥାରେ ବୋଲି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିବାରୁ ଜଣାପଡେ।ତେବେ ସୂଚନା ମୁତାବକ ଶେଷଥରକ ପାଇଁ ସଂଜୀବ ସାମନ୍ତରାୟ ନାମକ ଜଣିଏ କେନ୍ଦୁଝର ପ୍ରୟୋଗଶାଳାର କର୍ମଚାରୀ ଚାର୍ଜରେ ରହିଥିବା ବେଳେ ତାଙ୍କର ଦେହାନ୍ତ ପରେ ସେଠାରେ କେମିଷ୍ଟ ଦାୟତ୍ୱରେ ଥିବା ଦାସମାତ ସୋରେନ ଯେ’କି ପ୍ରମାଣିତ ଚାନ୍ଦା ଆଦାୟ ଏବଂ ଗ୍ରେଡ଼ କେଳାଙ୍କାରୀ କରୁଥିବା ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ଯୋଡ଼ା ଡ଼ିଡ଼ିସିଏ କର୍ତଵ୍ୟ ତଥା ଦାୟତ୍ୱରେ ହେଳା କରିଥିବା ବେଳେ ପରବର୍ତ୍ତୀ କେମିଷ୍ଟ ଘାସିରାମ ସର୍ଦ୍ଦାର ମଧ୍ୟ ଅଣଦେଖା କରି, ସେ ମଧ୍ୟ ଯୋଡ଼ା ପ୍ରୟୋଗଶାଳାରେ ଡେପୁଟେସନରେ ଦୀର୍ଘମାସ ଧରି ନିଯୋଗ ରହିଥିବାର ଦେଖିବାକୁ ମିଳେ।ହେଲେ କେନ୍ଦୁଝର ପ୍ରୟୋଗଶାଳାରୁ କେମିଷ୍ଟ ଶ୍ରୀ ସର୍ଦ୍ଦାରଙ୍କୁ କୁଚକ୍ରୀ କରି, ଯୋଡ଼ା ବିଭାଗରେ ଡେପୁଟେସନରେ ଅନିର୍ଦ୍ଧିଷ୍ଟ କାଳ ରଖିଥିବା ବେଳେ ଗତ ଦୁଇବର୍ଷ ହେବାକୁ ଯାଉଛିଥିବା କେମିଷ୍ଟ ଭାବରେ କାର୍ଯ୍ୟରତ ଜଗନ୍ନାଥ ବରାଳର ପଦର୍ଣ୍ଣତି ପାଇ ବଲାଙ୍ଗୀର ବିଭାଗକୁ ବଦଳିକୁ ଜଣିଏ ବଟିଖିଆ ଅଫିସର ଇଙ୍ଗିତରେ ଉକ୍ତ କ୍ଲାସୱ୍ୟାନ ଅଫିସର ଭଳି ଅଫିସରକୁ ଡେପୁଟେସନରେ କେନ୍ଦୁଝରରେ ଥଇଥାନ କରିଥିବା ହୋଇଥିଲେ ମଧ୍ୟ ସୂଚନା ଯାହା ସରକାରଙ୍କ କୋଟି’କୋଟି ଟଙ୍କାର ଷ୍ଟୋର ସମ୍ପତିର କେହି ଦାୟତ୍ୱରେ ନଥିବାବେଳେ ବର୍ତମାନ ସରକାରଙ୍କ ପ୍ରୟୋଗଶାଳାର ମୂଲ୍ୟବାନ ଷ୍ଟୋର ଯାଞ୍ଚ ଆକ୍ରିୟା ଚାଲୁ ରହିଥିଲେ ହେଁ ଅର୍ଣ୍ଣାଥ ଅବସ୍ଥାରେ କେଉଁ ଆଧାରରେ ହିସାବ’କିତାବ ହେବାକୁ ସାରା ରାଜ୍ୟବାସୀଙ୍କୁ ଚକିତ କରେ,ଯେ କେଡେ ଭୟଙ୍କର ମାରାତ୍ମକ ଦୁର୍ନୀତିଗ୍ରସ୍ଥ ରିସର୍ଚ୍ଚସେଣ୍ଟରର ଏହି ବଟିଖିଆ ଅଫିସର ଜଣକର ସବୁ ଦୁର୍ନୀତି’ଅନୀତି ପଦାକୁ ଆସୁଥିବା ବେଳେ ଅଣଓଡିଆ ଖଣି ନିର୍ଦ୍ଧେଶକ ଦୀର୍ଘଦିନ ନୀରବ ତଥା ଜଡିତ ରହିଥିବାରୁ ରାଜ୍ୟ’ହିତ ନିମନ୍ତେ ନିହାତି ବିଦା ହେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଥିବାର ଶୁଣିବାକୁ ମିଳେ।। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

କଦମଡିହି ଗ୍ରାମରେ ୨୩ ତମ ଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

masiha

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

masiha

Leave a Comment

error: Content is protected !!