ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ବାଲେଶ୍ବର,୨୩/୧/୨୫ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୋଗରାଇ ନଗର ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି | ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ବର ଜିଲ୍ଲା ଭୋଗରାଇ ନଗର କାର୍ଯ୍ୟକର୍ତ୍ତା ଏବଂ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନେ ସୁଭାଷ ବୋଷ ଏବଂ ବୀର ସୁରେନ୍ଦ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପଅର୍ପଣ କରି ସେମାନଙ୍କ ମହାନତା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ଏବଂ ଭୋଗରାଇ ବ୍ଲକ ଅଧୀନରେ ଥିବା ବି. ସି ଉଚ୍ଚ ବିଦ୍ୟାଳୟ (କଟିସାହି )ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ୧୦୦ ଫୁଟର ଏକ ତ୍ରିରଙ୍ଗା ରାଲି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଭୋଗରାଇ ନଗର ସଭାପତି ପ୍ରଦୀପ କୁମାର ମଣ୍ଡଳ, ସମ୍ପାଦକ ପାର୍ଥବିଜୟୀ ପାତ୍ର, ଆଲୋକ ଜ୍ୟୋତି ଦାସ, ପ୍ରଦ୍ୟୁମ୍ନ ସେନାପତି, ଜଗନ୍ନାଥ ପାତ୍ର, ସୌରଭ ଦଣ୍ଡପାଟ, ଅର୍ଚନା କାମିଳା, ଦିପାଲି ପରିଡ଼ା, ମନରମା ପାତ୍ର, ସୁବ୍ରତ ପ୍ରଧାନ, ଦୀପଙ୍କର ମହିଷାଳ, ବ୍ରହ୍ମଜ୍ୟୋତି ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

masiha

ଭାରତୀୟ ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଜିଲ୍ଲାର ଯୁବାବର୍ଗ ଙ୍କ ଭର୍ତ୍ତି ସମ୍ଭନ୍ଧିୟ ବୈଠକ 

Sunil Chandra Nayak

ଅବଧିର 2ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ସଡ଼କ କାମ ସରୁ ନାହିଁ ,,କଂଟ୍ରାକଟର ଏବଂ ପ୍ରଶାସନ ର ମଧୁଚନ୍ଦ୍ରିକା ,ରାସ୍ତା ପାଇଁ ମାଣିକପୁର ପଂଚାୟତ ବାସୀ ଚିନ୍ତା ରେ

masiha

Leave a Comment

error: Content is protected !!