ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ବାଲେଶ୍ବର,୨୩/୧/୨୫ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୋଗରାଇ ନଗର ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି | ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ବର ଜିଲ୍ଲା ଭୋଗରାଇ ନଗର କାର୍ଯ୍ୟକର୍ତ୍ତା ଏବଂ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନେ ସୁଭାଷ ବୋଷ ଏବଂ ବୀର ସୁରେନ୍ଦ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପଅର୍ପଣ କରି ସେମାନଙ୍କ ମହାନତା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ଏବଂ ଭୋଗରାଇ ବ୍ଲକ ଅଧୀନରେ ଥିବା ବି. ସି ଉଚ୍ଚ ବିଦ୍ୟାଳୟ (କଟିସାହି )ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ୧୦୦ ଫୁଟର ଏକ ତ୍ରିରଙ୍ଗା ରାଲି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଭୋଗରାଇ ନଗର ସଭାପତି ପ୍ରଦୀପ କୁମାର ମଣ୍ଡଳ, ସମ୍ପାଦକ ପାର୍ଥବିଜୟୀ ପାତ୍ର, ଆଲୋକ ଜ୍ୟୋତି ଦାସ, ପ୍ରଦ୍ୟୁମ୍ନ ସେନାପତି, ଜଗନ୍ନାଥ ପାତ୍ର, ସୌରଭ ଦଣ୍ଡପାଟ, ଅର୍ଚନା କାମିଳା, ଦିପାଲି ପରିଡ଼ା, ମନରମା ପାତ୍ର, ସୁବ୍ରତ ପ୍ରଧାନ, ଦୀପଙ୍କର ମହିଷାଳ, ବ୍ରହ୍ମଜ୍ୟୋତି ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ , ଲୋଗୋ ଓ ଟୋପି ଉନ୍ମୋଚିତ ,ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ 

masiha

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

Leave a Comment

error: Content is protected !!