ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

ନବରଙ୍ଗପୁର:(୨୨|୧)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ବ୍ଲକ କୋଲନୀ ପ୍ରାଥମିକ ବିଦ୍ୟାଳୟ ଡାବୁଗାଁ ଠାରେ ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି। ଏହିଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝୀ ଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ ସାହୁ, ପିରାମଲ୍ ଫାଉଣ୍ଡେସନର ସଂଯୋଜକ ହିତେଶ ଭାଲେରାଓ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ପରିଡ଼ା ଙ୍କ ସହ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମେନ୍ଦ୍ର ବେହେରା ଓ ଗୀତାଞ୍ଜଳୀ ବସ୍ତିଆ ପ୍ରମୁଖ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତି ଥିଲେ। ଅତିଥିମାନେ ତାଙ୍କର ବକ୍ତବ୍ୟ ରଖିଥିଲେ ଯେ ଦେଶ ଆଗେଇବାରେ ଝିଅ ମାନଙ୍କ ଭୂମିକା ଓ ସଶକ୍ତ ନିହାତି ଗୁରୁତ୍ଵପୂର୍ଣ୍ଣ ଭୁମିକା ରହିଛି ବୋଲି କହିଥିଲେ ଓ ତତ୍ ସହ ବାଲ୍ୟବିବାହକୁ ନିରାକରଣ କରାଇବା ଉପରେ ବ୍ୟାପକ ଭାବେ ବୁଝାଇଥିଲେ l ଏହି ଅବସରରେ ବରିଷ୍ଠ ଓ କନିଷ୍ଠ ବିଭାଗ ପାଇଁ ସଙ୍ଗୀତ, ନୃତ୍ୟ,ବିତର୍କ, ପ୍ରବନ୍ଧ ପ୍ରତିଯୋଗୀତା କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ମନୋନୀତ ହୋଇଥିଲେ ଓ ପୁରସ୍କୃତ ହୋଇଥିଲେ l କିନ୍ତୁ ଆଗାମୀ ୨୪ ତାରିଖରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରୀ ମାନେ ଅଂଶଗ୍ରହଣ କରିବେ l ମଞ୍ଚକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ବେଶ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ଉଜ୍ଜଳ ଭବିଷ୍ୟତ ପାଇଁ ଝିଅ ମାନଙ୍କୁ ସଶକ୍ତ କରିବା ନିହାତି ପ୍ରୟୋଜନ ଓ ଆବଶ୍ୟକତା ରହିଛି l ଶେଷରେ ଶ୍ରୀ ନାଗ ମହୋଦୟ ଧନ୍ୟବାଦ ଦେଇ ସାରିବା ପରେ ଅଧ୍ୟକ୍ଷତା ଙ୍କ ନିର୍ଦ୍ଦେଶ କ୍ରମେ ସଭା ପରିସମାପ୍ତି ହୋଇ ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

masiha

ସରକାରଙ୍କ ବିକାଶର ଫୋକସରେ ରାଷ୍ଟ୍ରପତିଙ୍କ ଵାଇଦାପୋଷୀ ଗ୍ରାମ ! ବାଇଦାପୋଷୀ ଗ୍ରାମରେ ପ୍ରସ୍ତାବିତ ପ୍ରକଳ୍ପ ନାମରେ ସରକାରୀ ଜମି ଉଚ୍ଛେଦ ନେଇ ଗୃହ ଭଙ୍ଗା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ 

masiha

ୟୁଏଆଇଏଲ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ  “ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” 

masiha

Leave a Comment

error: Content is protected !!