ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ପୁଣି ଅଟକିଲା ଆମ୍ବୁଲାନ୍ସ, ୮କିମି ବୁହା ହେଲା ଦାଦନ ର ଶବ….

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର।

ପୁଣି ଅଟକିଲା ଆମ୍ବୁଲାନ୍ସ, ୮କିମି ବୁହା ହେଲା ଦାଦନ ର ଶବ….

ଦେଶ ଆଉ ଦୁଇ ଦିନ ପରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବ, ସଜେଇ ହେଉଛି ଗାଁ ଓ ସହର,ଚାଲିଛି ତ୍ରୀରଙ୍ଗା ଯାତ୍ରା ଆଉ ଏସବୁ ଭିତରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଇଲାକାରେ ରାସ୍ତା ନାହିଁ ତେଣୁ ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ,କାଦୁଅ ପଚପଚ ରାସ୍ତାରେ ଅଟକିଗଲା ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଖମାରପଦର ଭାଟିଫାସ ଗାଁର ଦାଦନ ଶ୍ରମିକ ଶିବ ମାଝୀଙ୍କ ହାଇଦ୍ରାବାଦରେ ମୃତ୍ୟୁ ପରେ ଶବ ନେଇ ଆସିଥିଲା ହେଲେ ଆମ୍ବୁଲାନ୍ସ ଡୁମୁଣୀନାଳ ନିକଟରେ ଆମ୍ବୁଲାନ୍ସ ଅଟକିଯିବାରୁ ରାତିସାରା ସେଠାରେ ପଡି ରହିଥିଲା ମୃତଦେହ। ସକାଳୁ ପରିବାର ଓ ଗ୍ରାମବାସୀ ଖଟିଆରେ ପ୍ରାୟ ୮ କିଲୋମିଟର ବୋହି ମୃତଦେହକୁ ଗାଁକୁ ନେଇଥିଲେ l ଏହି ଘଟଣା ସାମ୍ନା କୁ ଆସିବା ପରେ ଜିଲ୍ଲାରେ ଜରୁରୀକାଳୀନ ସେବା କୁ ନେଇ ପ୍ରଶ୍ନ ଉଠିଛି।

କେବେ ଜନନୀ ଯନ୍ତ୍ରଣା ହେଉ ଅବା ମୁମୂର୍ଷୁ ରୋଗୀକୁ ଡାକ୍ତରଖାନା ନେବା ବେଳେ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ରେ ପହଞ୍ଚି ପାରୁ ନାହିଁ। ଏ ହେଉଛି କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

masiha

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

Sunil Chandra Nayak

Leave a Comment

error: Content is protected !!