ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ପୂଜା ଓ ନୂଆଖାଇ ଅବସରରେ  ପୌରକେଲା ଗ୍ରାମରେ ସ୍ୱଚ୍ଛତା ଅଭିଯାନ

ଗଣେଶ ପୂଜା ଓ ନୂଆଖାଇ ଅବସରରେ 

ପୌରକେଲା ଗ୍ରାମରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା, ୧୩/୦୯ (ସୁଶାନ୍ତ ରଣା): ଗଣେଶ ପୂଜା ଓ ନୂଆଖାଇ ପର୍ବ ଅବସରରେ କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗ୍ରାମର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ପରିଷ୍କାର ରଖିବା ସହ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ୱଚ୍ଛତା ଅଭିଯାନରେ ଯୁବ ସଂଗଠନର ଅଧ୍ୟକ୍ଷ ଶ୍ରୀ ଲକ୍ଷପତି ରଣା, ଉପାଧ୍ୟକ୍ଷ ଶ୍ରୀ ଲୋକନାଥ ଦଣ୍ଡସେନା, ସଚିବ ଶ୍ରୀ ତରୁଣସେନ ସାହୁ, ଯୁଗ୍ମ ସଚିବ ଶ୍ରୀ ପ୍ରଭଞ୍ଜନ ଦାସ, କୋଷାଧ୍ୟକ୍ଷ ଶ୍ରୀ ଯୁଗସନ ରଣା, ଉପକୋଷାଧ୍ୟକ୍ଷ ଶ୍ରୀ ଜଗମୋହନ ଭୋଇ, ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁବ୍ରତ କୁମାର ରଣା ଓ ଜନସମ୍ପର୍କ ସଂଯୋଜକ ଶ୍ରୀ ଭୋଳା ରଣାଙ୍କ ସମେତ କୋର କମିଟି ସଦସ୍ୟ ଶ୍ରୀ ଧନେଶ୍ୱର ଭୋଇ, ଶ୍ରୀ ପ୍ରଦୀପ କୁମାର ବେହେରା, ଶ୍ରୀ ହଂଶଧ୍ୱଜ ଦଣ୍ଡସେନା, ଶ୍ରୀ ଲୋଚନ ପାତ୍ର, ଶ୍ରୀ ଲମ୍ବୋଦର ନାଏକ ଓ ଯୁବ ସଂଗଠନର ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ଶ୍ରମଦାନ କରିଥିଲେ। ଏହି ଅବସରରେ ଯୁବ ସଂଗଠନର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଗ୍ରାମ ପରିଭ୍ରମଣ କରିଥିଲେ। ଗ୍ରାମର ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର-ପରିଚ୍ଛନ୍ନ ରଖିବା ପାଇଁ ସେମାନେ ବିଭିନ୍ନ ଜନସଚେତନତାମୂଳକ ନାରା ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ଏଥିସହ ରାସ୍ତାକଡ଼ରେ ଆବଶ୍ୟକ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଇ ପରିବେଶକୁ ପରିଷ୍କାର ଓ ସ୍ୱଚ୍ଛ କରାଯାଇଥିଲା। ଯୁବ ସଂଗଠନର କାର୍ଯ୍ୟକର୍ତ୍ତାମାନେ ପୌରକେଲା ପଞ୍ଚାୟତ ଛକଠାରୁ ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସଫେଇ କରିବା ସହ ରାସ୍ତାପାର୍ଶ୍ୱରେ ଜମିଥିବା ଅଳିଆ ଆବର୍ଜନା ସଫା କରିଥିଲେ। ଏହାଦ୍ୱାରା ଗ୍ରାମର ମୁଖ୍ୟ ରାସ୍ତାଗୁଡ଼ିକ ସ୍ୱଚ୍ଛ ଓ ପରିଷ୍କାର ହୋଇଥିଲା। ଯୁବ ସଂଗଠନର ଏଭଳି ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଦେଖି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଯଶୋସ୍ୱିନୀ ଧରୁଆ, ଆଶା କର୍ମୀ ସନ୍ତରା ରଣା ଏବଂ ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ଶ୍ରୀ ବାବୃବାହନ ଭୋଇ, ଶ୍ରୀ ଟିକେମନ ଭୋଇ ଓ ଶ୍ରୀ ବୈବସୂତ ସୁନା ସଂଗଠନର ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ଏଭଳି ସାମାଜିକ ଓ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ପାଇଁ ସେମାନେ ନିଜର ସହଯୋଗର ହାତ ବଢ଼ାଇଥିଲେ। ପର୍ବପର୍ବାଣୀ ସମୟରେ ନିଜ ଗ୍ରାମ ଓ ପରିବେଶକୁ ସ୍ୱଚ୍ଛ ରଖିବା ସହ ସ୍ୱଚ୍ଛତା ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଯୁବ ସଂଗଠନର ଏଭଳି ପ୍ରୟାସ ଗ୍ରାମର ସ୍ୱଚ୍ଛତା, ସାମାଜିକ ଏକତା ଓ ଜନସଚେତନତା ବୃଦ୍ଧିରେ ଏକ ଉତ୍ସାହଜନକ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Related posts

କୋଇଡା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

masiha

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

masiha

ଧର୍ମଗଡ ଠାରେ ୮୮ତମ ଓଡ଼ିଶା ଦିବସ

Sunil Chandra Nayak

Leave a Comment

error: Content is protected !!