ଧର୍ମଗଡ:୪/୧/୨୩: ଧର୍ମଗଡ ବ୍ଲକ ଗଡ଼ିଆଯୋର ପଞ୍ଚାୟତ ହାଇ ସ୍କୁଲ ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ବିଦ୍ୟାଧର ନାଏକ ଅବସର ଗ୍ରହଣ କରିଛନ୍ତି । ଏହି ପରିପେକ୍ଷି ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇ ଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୀନ କେତନ ନାଏକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବର୍ଧନା ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମଣୀ ନେଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାରାୟଣ ପାତ୍ର, ସିଆରସିସି ଲୋକେଶ୍ୱର ପାରୀ ଙ୍କ ସମେତ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ, କର୍ମଚାରୀ ମାନେ ଯୋଗ ଦେଇ ଅବସର ଗ୍ରହଣ କରୁଥିବା କିରାଣି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
previous post