ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେମିଳିଗୁଡା ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ସେମିଳିଗୁଡା ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ସେମିଳିଗୁଡା ବ୍ଲକ ରେଙ୍ଗା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପାଠ ପଢା ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ଭବିଷତ କରିପାରିବେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥ୍‌ ଭାବେ ସେମିଳିଗୁଡା ବ୍ଲକ୍ ଅଧ୍ଯକ୍ଷା ଲିଲି ଅଣ୍ଟା ବେରୀୟା, ଏସଏମସି ସଭାପତି ଶୁକ୍ରା ଚପାଡ଼ି, ଆର୍ ଜି ହାଇସ୍କୁଲ ପ୍ରଧାନ ଶିକ୍ଷକ ମଧୁସୂଦନ ଜେନା, ଉମୁରି ଉଚ୍ଚ ବିଦ୍ୟାଳୟ ଗୌରୀ ମାଝୀ , ରାଣିଗଡ ଆଶ୍ରମ ବିଦ୍ୟାଳୟ ଶଙ୍କର ପହରାଜ୍, ସୁନାବେଡ଼ା ସେବା ଆଶ୍ରମ ଅମ୍ବିକା ରାଉତ, ସୁଣ୍ଡିପୁଟ ପ୍ରଧାନ ଶିକ୍ଷକ ବାସୁଦେବ ପୁରୋହିତ, ଚରାଙ୍ଗୁଲ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପ୍ରଧାନ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖେଳ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହିତ ପୌରୋହିତ୍ୟ କରିଥିଲେ । ସହକାରୀ ଶିକ୍ଷକ ତ୍ରିଲୋଚନ ନାୟକ, ପ୍ରଦ୍ୟୁମ୍ନ ବେହେରା, ଲୋପାମୁଦ୍ରା ସ୍ବାଇଁ, ଅତିଥ୍‌ ଶିକ୍ଷକ ଲକ୍ଷ୍ମୀଧର ବେହେରା, ସୌମ୍ୟ ରଂଜନ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ । ଅତିଥ୍‌ ମାନଙ୍କ ଦ୍ବାରା ଚଳିତ ବର୍ଷର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

କୋରାପୁଟଜିଲ୍ଲା ରୁ ଶ୳୲ମ ଖିଲ ଙ୍କ ରିପୋର୍ଟ  

Related posts

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଲିତ 

masiha

ନବରଙ୍ଗପୁର ରେ ଏଫ ଏମ ଟ୍ରାନ୍ସମିଟର ଉଦ୍ଗାଟିତ କିନ୍ତୁ ନବରଙ୍ଗପୁର ଆକାଶବାଣୀ କଳାକାର ଦୁଃଖିତ

Sunil Chandra Nayak

ବନ୍ଧୁଗାଁରେ ନୂତନ ବିଡ଼ିଓଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!