ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବିଦ୍ୟାଳୟର ବାର୍ଷିକୋତ୍ସବ

ସରକାରୀ ବିଦ୍ୟାଳୟର ବାର୍ଷିକୋତ୍ସବ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଚନ୍ଦକା ପଞ୍ଚାୟତର ଗୁଗାଗୁଡା ଆଶ୍ରମ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି। ପ୍ରଧାନଶିକ୍ଷକ ନରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରତିନିଧ୍ ଅର୍ଜୁନ ବାଙ୍କା ଓ ସାଂସଦ ପ୍ରତିନିଧ୍ ଶୁକ୍ରା ଖରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥ୍‌ ଭାବେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ଓ ଅନ୍ୟତମ ଅତିଥି ଭାବେ ଲଇଚନ ଖରା, ଜିଲ୍ଲା ପରିଷଦ ସଭ୍ୟା ଜୋନ-୧ଟୀକାଇ ଗେମେଲ, ଚନ୍ଦକା ସରପଞ୍ଚ ଦେବକୀ ଗଣ୍ଡ, ସମିତି ସଭ୍ୟ ଲକ୍ଷ୍ମଣ ପୋଡାଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲେବୁ କେଶରୀଙ୍କ ସହିତ ଲାଉଡ଼ି ପ୍ରଧାନ ଶିକ୍ଷକ ବିଶ୍ଵନାଥ ଦିଶାରୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଉତ୍ସବରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ କରିଥିଲେ।

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ  

Related posts

ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ

ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କ ନିକଟତର କରିବା ପ୍ରୟାସ 

masiha

ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜସେବୀ 

Leave a Comment

error: Content is protected !!