ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୌତୁକ ନିର୍ଯାତନା ଅଭିଯୋଗ ର ମାମଲା ଶୁଣାଣୀ : ସପରିବାର ନିର୍ଦୋଷରେ ଖଲାସ

ଯୌତୁକ ନିର୍ଯାତନା ଅଭିଯୋଗ ର ମାମଲା ଶୁଣାଣୀ : ସପରିବାର ନିର୍ଦୋଷରେ ଖଲାସ

କନ୍ଧମାଳ:ତା,୦୧/୧୧.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗରେ ବୋହୁ କୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ ହୋଇ ଜେଲ ଯାଇଥିଲେ l ଉକ୍ତ ଘଟଣାରେ ସପରିବାର ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪ ମସିହା ଅକଟୋବର ମାସ ୨୫ ତାରିଖ ଦିନ ବନ୍ଧସାହି ସ୍ଥିତ ଅରୁଣ ମହାରଣାଙ୍କ ସ୍ତ୍ରୀ ଉର୍ମିଳା ମହାରଣା ପୋଡି ହୋଇ ମରିଯିବା ପରେ ତାଙ୍କର ବଡ଼ ଭଉଣୀ ଗୀତା ମହାରଣା ଗତ ତା, ୨୮.୧୦.୧୪ ରିଖରେ ବାଲିଗୁଡା ଥାନାରେ ଏକ ଏତଲା ଦାଖଲ କରି ତାଙ୍କ ଭଉଣୀ ଉର୍ମିଳା ମହାରଣା, ଅରୁଣ ମହାରଣାଙ୍କ ସହ ସେମାନଙ୍କ ପିତା, ମାତା ମାନଙ୍କ ବିରୁଦ୍ଧରେ ବାଲିଗୁଡା ଥାନା କେଶ ନଂ.୧୪୩/ ୨୫.୧୦.୨୦୧୪ ରେ ଏକ ଯୌତୁକ ନିର୍ଯ୍ୟାତନା କରି ସପରିବାର ପୋଡି ମାରିଦେଇଥିବା ଅଭିଯୋଗ କରିଥିଲେ l ବାଲିଗୁଡା ପୋଲିସ ଗୀତା ମହାରଣାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ଅରୁଣ ମହାରଣା, ଶଶୁର କୃଷ୍ଣ ମହାରଣା, ଦିଅର ଅଭୟ ମହାରଣା ଓ ଯାଆ ସବିତା ମହାରଣାଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲେ l ଏଥିରେ ପ୍ରାୟ ୧୪ଟି ସାକ୍ଷ୍ୟ ପ୍ରମାଣ କୁ ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଦିଲ୍ଲୀପ କୁମାର ବିଶ୍ୱାଳ ଅରୁଣ ମହାରଣାଙ୍କ ସପରିବାରକୁ ନିର୍ଦୋଷରେ ଖଲାସ କରିଛନ୍ତି l ଏଥିରେ ମୁଦାଲା ମାନଙ୍କ ତରଫରୁ ବାଲିଗୁଡ଼ାର ବରିଷ୍ଠ ଓକିଲ ସୁରେନ୍ଦ୍ର କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ହିନ୍ଦୋଳରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

masiha

ବିଶ୍ବ ଆଦିବାସୀ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଖେ୍ରୱାଲ ଜୁମିଡ଼”ତରଫରୁ ରକ୍ତଦାନ ଶିବିର ; ୪୫ ୟୂନିଟ ରକ୍ତ ସଂଗୃହୀତ 

Sunil Chandra Nayak

Leave a Comment

error: Content is protected !!