ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ 

ରୁପ୍ରା, ୧/୧୨ (ମନିସ) : ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ୩୬ତମ  ବିଶ୍ୱ ଏଡ଼ସ୍ ଦିବସ  ୨୦୨୩ ଆଜି ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ରୁପ୍ରା ପିଏଚସିର ମେଡିକାଲ ଅଫିସର ଡା.ଦୁର୍ଯ୍ୟୋଧନ ପ୍ରଧାନ (ଆୟୁଷ) ମୁଖ୍ୟବକ୍ତା ଭାବରେ ଯୋଗଦାନ କରି କହିଲେ   ଏଡସ୍ ରୋଗର ସଂକ୍ରମଣ ରୋକିବା , ଏଚ ଆଇ ଭି ସଂକ୍ରମିତ ଲୋକକୁ ସମର୍ଥନ  ଓ ଏହାର ନିରାକରଣ ଦିଗରେ ବ୍ୟାପକ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଡସ୍ ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନ, ଅଧ୍ୟାପକ ଶ୍ରୀ କାଳିଚରଣ ମହାପାତ୍ର ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ବିନୋଦିନୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ସେଭଳି ଏଡ଼ସ୍ ସମ୍ବନ୍ଧୀୟ ଚିତ୍ରାଙ୍କନ , ବକ୍ତୃତା ଓ ଅନ୍ୟାନ୍ୟ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରେଡକ୍ରସ୍ କାଉନସିଲର ତଥା ଅଧ୍ୟାପକ ଶ୍ରୀ ସୁଧିର କୁମାର ପଣ୍ଡା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ବିନୋଦିନୀ ସାହୁ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ଦୟାନିଧି ରଣା, ଆଶାକର୍ମୀ ଶ୍ରୀମତୀ ବିଳାସିନୀ ଗଡତିଆଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମୁସ୍କୁଟି ଗ୍ରାମ ପରିକ୍ରମା କରି ଏଡସ୍ ସଚେତନତା ବାବଦରେ ସ୍ଲୋଗାନ୍ ଦେଇଥିଲେ। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

ନିଆରା ଢଙ୍ଗ ରେ ରଜ ପାଳିଲା ସାଇ ସର୍ଗମ ମ୍ୟୁଜିକାଲ ଟ୍ରଷ୍ଟ 

Sunil Chandra Nayak

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

Sunil Chandra Nayak

Leave a Comment

error: Content is protected !!