ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

ମୟୂରଭଂଜ – ୨୮/୦୯ — ମୟୂରଭଂଜ ଜିଲ୍ଲାର ପଛୁଆ ବିଜାତଳା ବ୍ଳକର ବିକାଶ ପୁରୁଷ ସୁଦର୍ଶନ ମୁର୍ମୁ(୮୫) ଙ୍କ ଶନିଵାର ଦିନ ବିଳମ୍ବିତ ରାତିରେ ଵାର୍ଦ୍ଧକ୍ଯ ଜନିତ ରୋଗରେ ତାଙ୍କ ଲୁହାଶିଳାସ୍ଥିତ ବାସଭଵନରେ ଦେହାନ୍ତ ହୋଇଯାଇଛି ।ମୃତ୍ୟୁ ସମୟରେ ତାଙ୍କର ବଡ଼ପୁଅ ରଜନୀକାନ୍ତ ,ସାନପୁଅ ରଘୁନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନଳିନୀ କାନ୍ତ, ସାନ ଝିଅ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନୀଳମଣି ମୁର୍ମୁ,ପୁତ୍ର ପୁତ୍ର ଵଧୂ,ନାତି,ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ ।ସେ ଜଣେ ମୟୂରଭଂଜ ଜିଲ୍ଲାର ବରିଷ୍ଠ ବିଜେପି ନେତା ଥିଲେ ।୧୯୮୮ ମସିହାରେ ସେ ପ୍ରଥମ କରି ବିଜେପିର ତରଫରୁ ବ୍ଳକ ଅଧ୍ୟକ୍ଷ ପଦ ଅଳଂଙ୍କୃତ କରିଥିଲେ ।ସେ ଜଣେ ଅନୁଷ୍ଠାନ ଥିଲେ ।ଵିଜାତଳା ଵ୍ଳକୟ ବିଭିନ୍ନ ସମସ୍ୟା ଏବଂ ଉନ୍ନତିମୂଳକ କାମରେଜୀବନର ଶେଷ ପର୍ଯ୍ୟନ୍ତ ଲଢ଼ୁଥିଲେ ।ମୟୂରଭଂଜ ଜିଲ୍ଲାର ସବୁଠାରୁ ପଛୁଆ ବ୍ଳକ ବିଜାତଳାରେ ରାସ୍ତା,ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ବିଜୁଳି,ଲୋକ ସମସ୍ୟା କୁ ନେଇ ଅହରହ ଲଢ଼ୁଥିଲେ ।ସେ ଥିଲେ ସଂଗ୍ରାମୀ ପୁରୁଷ ।ସେ ଜାଣିଥିଲେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ନ ହେଲେ ସେମାନେ ସମାଜର ସ୍ରୋତରେ ଆଗେଇ ଫାରାଡ଼େ ନାହିଁ ।ତେଣୁ ତାଙ୍କରି ବଳିଷ୍ଠ ପ୍ରଚେଷ୍ଟାରେ ବିଜାତଳା ଵ୍ଳକର‌ ଲୁହାଶିଳା ପଞ୍ଚାୟତରେ ଲୁହାଶିଳା ପଞ୍ଚାୟତ ହାଇସ୍କୁଲ,ଲୁହାଶିଳା କନ୍ୟାକୁମାରୀ ଉଚ୍ଚ ବାଳିକା ଵିଦ୍ଯାଳୟ,ରଜନୀକାନ୍ତ ମାଧ୍ଯାମିକ ବିଦ୍ୟାଳୟ,ଲୁହାଶିଳା,ପାଟପୁର ପାଖ ଯାମଦା ରେ ଡିଗ୍ରି କଲେଜ, ଦୁର୍ଗମ ଚଢ଼େଇପାହାଡି ପଞ୍ଚାୟତରେ ହାଇସ୍କୁଲ ପ୍ରତିଷ୍ଠା ଭଳି ବହୁ ମଣିଷ ତିଆରି କାରଖାନା ପ୍ରତିଷ୍ଠା କରି ଯାଇଛନ୍ତି । ତାଙ୍କ ମୃତ୍ୟୁରେ ବିଜାତଳା ବ୍ଳକର ସମଗ୍ର ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ କନ୍ଯାକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ଵେହାରା,ମେନେଜମେଣ୍ଟ ର ଅଭୟ ମହାନ୍ତି,ସୁନାରାମ ମାଝୀ, ସେବା ନିବୃତ ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣଲତା ମହାନ୍ତି, ଶିକ୍ଷୟତ୍ରୀ ଲୀଳାବତୀ ପ୍ରଧାନ,ଅଞ୍ଜିତା ମହାପାତ୍ର,ରେଣୁବାଳା କର,ସାବିତ୍ରୀ ପଣ୍ଡା, ସେବା ନିବୃତ କ୍ରୀଡା ଶିକ୍ଷୟତ୍ରୀ ଆରତୀ ମହାନ୍ତି, କର୍ମଚାରୀ ଦ୍ରୌପଦୀ ପାତ୍ର,କାନ୍ଦାନ, ଉତ୍ତାର,ଲୁହାଶିଳା ମାଧ୍ଯାମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କବିଶତପଥୀ,ସେବା ନିବୃତ ଅଧ୍ୟାପିକା ସସ୍ମିତା ମହାନ୍ତି,ଅନ୍ୟ ଅଧ୍ୟାପକ ବୃନ୍ଦ ,କର୍ମଚାରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।ରାମଦୋଳି ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି ।ତାଙ୍କର‌ଦେହାନ୍ତ ଖବର ପାଇ ଆଖପାଖ ଅଞ୍ଚଳର‌ ମାନ୍ଯଗଣ୍ଯ ବ୍ୟକ୍ତି,ଆତ୍ମୀୟ ସ୍ଵଜନ,ଶୁଭେଛୁ ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ପୁଷ୍ପମାଲ୍ଯ‌ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦକାମନା କରିଥିଲେ । ଖବର ଶୁଣି ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ପ୍ରାକ୍ତନ ବିଜାତଳା ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ବିଜେପି ଜିଲ୍ଲା ଉପସଭାପତି ସରୋଜ ମହାନ୍ତ ପ୍ରମୁଖ ସୋସିଆଲ ମିଡିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଲୁହାଶିଳାରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ସିକେରକୁପା ଓ ବିଜେପୁର ସେକ୍ସନରେ ମହାଦୁର୍ନୀତି ଅଭିଯୋଗ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଲୋକେ 

masiha

ବି, ମାଳିଗୁଡା: ଜବରଦଖଲ ଭାଙ୍ଗିଲା ପ୍ରଶାସନ 

masiha

_ରାଜ୍ୟ କାର୍ଯ୍ୟାଳୟରେ ୧୩୬ତମ ଆମ୍ବେଦକର ଜୟନ୍ତୀ ପାଳନ_ ବାବାସାହେବଙ୍କ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିଛି ବିଜେପି ସରକାର: ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!