ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ 

ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ 

    ଡାବୁଗାଁ, ୨୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ଓଲମାଗୁଡା ଜଙ୍ଗଲ ମଧ୍ୟରେ ରବିବାର ସନ୍ଧ୍ୟାରେ ମୋଟରସାଇକେଲ ଦୁର୍ଘଟଣା ଘଟି ୨ ଙ୍କ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ଧୋଡ୍ରା – ଶିଂସାରୀ ମୁଖ୍ୟରାସ୍ତାରେ ଝୋଲା ଗ୍ରାମର କମଳଲୋଚନ ଗୌଡ (୪୦) ଓ ବାଦୁ ଭତ୍ରା (୩୯) ରବିବାର ସନ୍ଧ୍ୟା ସମୟରେ କାରାଗାଁ ଗ୍ରାମରୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ନିଜ ଘରକୁ ମୋଟରସାଇକେଲ ନଂ ସିଜି ୨୭ କେ ୧୧୯୫ ଯୋଗେ ଫେରୁଥିବା ସମୟରେ ଓଲମାଗୁଡା ଜଙ୍ଗଲ ବିପରୀତ ଦିଗରୁ ଆସୁଥିବା ଏକ କାର ନଂ ଓଆର ୦୯ କେ ୨୧୫୨ ଆସୁଥିବା ବେଳେ କାର ଗାଡିର ସାଇଡରେ ଘଷି ହୋଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲେ | ଫଳରେ ୨ ଜଣ ଆହତ ହୋଇଥିଲେ | ଖବରପାଇ ପୋଲିସ ଘଟଣା ସ୍ଥାରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ | ସେଠାରେ କମଳଲୋଚନ ଗୌଡ ଙ୍କୁ ଡାକ୍ତର ତାଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ | ପରେ ବାଦୁ ଭତ୍ରାଙ୍କର ଚିକିତ୍ସାଧିନ ଅବସ୍ଥାରେ ରାତିରେ ମୃତ୍ୟୁ ଘଟିଥିଲା | ଏନେଇ ମୃତ କମଳଲୋଚନ ଙ୍କ ବାପା ସନଧର ଭତ୍ରା ରବିବାର ରାତ୍ରିରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ସୋମବାର ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ପାଏର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୯୮/୨୫ ରେ ଏକ ମାମଲା ରୁଜୁ କରାଯାଇଛି | 

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

Sunil Chandra Nayak

ରେରା ର ସଦସ୍ୟ ହେଲେ ନାରାୟଣ ପତି 

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଭା

Leave a Comment

error: Content is protected !!