ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳିତ ହେଲା ବିଶ୍ୱ ଏଡସ୍ ଦିବସ, ଆଶାଦିଦି କୁମମଣି ଦେଇଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ପାଳିତ ହେଲା ବିଶ୍ୱ ଏଡସ୍ ଦିବସ, ଆଶାଦିଦି କୁମମଣି ଦେଇଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ବାଲେଶ୍ୱର, ୦୧/୧୨/୨୩ – ବାଲେଶ୍ଵର ସହର ସ୍ଥାନୀୟ ୟୁକୋ ବ୍ୟାଙ୍କ ସ୍ଥିତ ଆତିଥ୍ୟ କନଭେନସନ୍ ହଲ୍ ପରିସରରେ ଜିଲ୍ଲା ଏଡସ୍ ନିରାକରଣ, ନିୟନ୍ତ୍ରଣ ୟୁନିଟ୍, ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ- ୨୦୨୩ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଳସେନ୍ ଜଗଦ୍ଦେବ, ଡି.ଏନ.ଓ (ଏଚଆଇଭି/ଏଡସ୍), ବାଲେଶ୍ୱର ଡ଼. ସଶାଙ୍କ ଶେଖର ଚୌଧରୀ, ଡି.ପି.ଏମ- ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ ରଶ୍ମିତା ମହାନ୍ତି, ସି.ଏସ.ଓ ଶ୍ରୀ ପତିତପାବନ ବାରିକ ଓ ଡି.ଏ.ପି- ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ ଶ୍ରୀ ଦେବାଶିଷ ରଣା ପ୍ରମୁଖ ମଞ୍ଚାସୀନ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଳସେନ୍ ଜଗଦ୍ଦେବ ଏଡସ୍ ନିରାକରଣରେ ଜନ ସଚେତନତାର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ I ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଯୋଗଦେଇ ଏଡସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଚେତନତା ସୃଷ୍ଟି ତଥା ଏକ ସହାୟକ ପରିବେଶ ପ୍ରତିପାଦନ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଦର୍ଶାଇ ଥିଲେ । ଏଥିସହିତ ସଚେତନତା ଓ ସାମାଜିକ ପ୍ରତିବନ୍ଧତା ଦୂର ହିଁ ଏଡସ୍ ନିରାକରଣର ମୁଖ୍ୟ ମାଧ୍ୟମ ବୋଲି ମତ ଦେଇଥିଲେ । ଚଳିତ ବର୍ଷ ବିଶ୍ୱ ଏଡସ୍ ଦିବସର ବିଷୟବସ୍ତୁ ହେଉଛି ‘ନେତୃତ୍ୱ ନିଅନ୍ତୁ ସମ୍ପ୍ରଦାୟ’ । ଏକ ଏଡସ୍ ମୁକ୍ତ ଭବିଷ୍ୟତ ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟ, ଦୟା ଏବଂ ଅନ୍ତର୍ଭୂକ୍ତିକୁ ପ୍ରାଧାନ୍ୟ ଦେଉଥିବା ସମାଜ ଗଠନ ପାଇଁ ସାମୂହିକ ନିଷ୍ଠାର ଗୁରୁତ୍ୱ ଉପରେ ଡି.ଏନ.ଓ (ଏଚଆଇଭି/ଏଡସ୍), ବାଲେଶ୍ୱର ଡ଼. ସଶାଙ୍କ ଶେଖର ଚୌଧରୀ ତାଙ୍କର ବିସ୍ତୁତ ବକ୍ତବ୍ୟ ରଖିଥିଲେ ।

 ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ରଙ୍ଗୋଲି, ଓଡ଼ିଶୀ ନୃତ୍ୟ, ଦସ୍ତଖତ ଅଭିଯାନ ଓ କୁଇଜ୍ ର ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଏ.ଏନ.ଏମ, ଅଙ୍ଗନବାଡି କର୍ମକର୍ତ୍ତା ଓ ଆଶା ଦିଦିଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଖଇରା ବ୍ଲକ ସାରକୋଣ ଗ୍ରାମର ଆଶା ଦିଦି କୁମମଣି ଦେଇଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଡି.ପି.ଏମ-ଏନ.ଏଚ.ଏମ ଅନିଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ବିଭାଗର ତାଲିମ ପ୍ରାପ୍ତ କର୍ମୀ ଓ ଛାତ୍ରଛାତ୍ରୀ ଏକ ପଦଯାତ୍ରାରେ ନଗର ପରିକ୍ରମା କରି ସଚେତନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶୋଇ – ୫୦ ନମ୍ବର ରାଜ୍ୟ ରାଜପଥ କୁନ୍ଦୁଳିଆରେ ନବ ନିର୍ମିତ ପୋଲ ଏବଂ ପାର୍ଶ୍ବ ରାସ୍ତା ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ

୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!