ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ଖରିଫ୍ ଋତୁର ରୁପ୍ରା ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିନରେ ଉଠିଲା ଦୁଇଟି ଚାଷୀଙ୍କ ୧୦୫ କ୍ୱିଣ୍ଟାଲ୍ ୨୯ କେଜି ଧାନ  

ଚଳିତ ଖରିଫ୍ ଋତୁର ରୁପ୍ରା ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିନରେ ଉଠିଲା ଦୁଇଟି ଚାଷୀଙ୍କ ୧୦୫ କ୍ୱିଣ୍ଟାଲ୍ ୨୯ କେଜି ଧାନ  

ରୁପ୍ରା, ୧/୧୨ (ଇମିସ) : କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ୍ ଋତୁର ଧାନକିଣା ପାଇଁ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତି ଅନୁଯାୟୀ ନଭେମ୍ବର ୨୯ ତାରିଖରୁ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବିଭିନ୍ନ ଧାନମଣ୍ଡି ଖୋଲିବା ପାଇଁ ସ୍ଥିରୀକୃତ ହୋଇଛି। ଏଥିପାଇଁ ନର୍ଲା ବ୍ଳକର ଧାନ ସଂଗ୍ରହ ନିମନ୍ତେ ରୁପ୍ରା ପେକ୍ସ୍ ସମେତ ନର୍ଲା ପେକ୍ସ୍, ରୁପ୍ରାରୋଡ୍ ପେକ୍ସ୍, ତୁଲାପଡା ପେକ୍ସ୍, ଭାନପୁର ପେକ୍ସ୍, ଶାନ୍ତପୁର ପେକ୍ସ୍, ପଲମ ପେକ୍ସ୍ ତଥା  ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଭାନପୁର, ଦିବ୍ୟଦୃଷ୍ଟି ସ୍ୱୟଂ ସହାୟକ ଗୋଷ୍ଠୀ ଶାନ୍ତପୁର ଓ ମା’ ମଙ୍ଗଳାଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ତୁଲାପଡା ପକ୍ଷରୁ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ କରିବେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜଣାପଡିଛି। 

ପ୍ରଥମ ପର୍ଯ୍ୟାୟରେ ରୁପ୍ରା ପେକ୍ସ୍ ରୁ ଧାନ ସଂଗ୍ରହ ପାଇଁ ଦୁର୍ଗା ରାଇସ୍ ମିଲ୍, ଜୈନ୍ S K P, ଓ ଶ୍ରୀ ରାମାନୁଜନ୍ ଏଗ୍ରୋ ଟ୍ୟାଗ୍ ହୋଇଥିବା ବେଳେ ୩୩,୫୦୦ କ୍ୱିଣ୍ଟାଲର ଟାର୍ଗେଟ ଆସିଥିବା ଜଣାପଡିଛି। ଚଳିତ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଶୁକ୍ରବାର ରୁପ୍ରାମଣ୍ଡି ଉଦଘାଟିତ ହୋଇଯାଇଛି। ରୁପ୍ରା ସରପଞ୍ଚ ଡଲି ବେହେରା ପୂଜାର୍ଚ୍ଚନା କରିବା ସହ ଚଳିତ ଖରିଫ୍ ଋତୁର ଧାନମଣ୍ଡି ଉଦଘାଟନ କରିଛନ୍ତି। ରୁପ୍ରା  ପେକ୍ସ୍ ସଭାପତି ସରୋଜ ରାଉତ, କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ, ପେକ୍ସ୍ ଡାଇରେକ୍ଟର୍ ହରେକୃଷ୍ଣ ବେହେରା ଓ ଅଜୟ ସେନାପତି, RMC ଡାଇରେକ୍ଟର୍ ଦୁଲ୍ଲଭ ମାହାର, ଚାଷୀ ପ୍ରତିନିଧି ତଥା ପୂର୍ବ ସରପଞ୍ଚ ଅକୃର ସାହୁ ଓ ତେଜରାଜ ସାହୁ, ଶ୍ରୀ ରାମାନୁଜନ୍ ଏଗ୍ରୋ ମିଲର୍ ଧିରେନ୍ଦ୍ର ଖୈତାନ୍, ଚାଷୀ ପ୍ରଶନ୍ନ ସାହୁ, ନଗେନ ସାହୁ, ଅଲେଖ ବିହାରୀ, ଟଙ୍କଧର ସୂନା, ଗୋପାଳକୃଷ୍ଣ ବିହାରୀ, ବିକାଶ ସେନାପତି, ବେଣୁଧର ବିଶ୍ୱାଲ, RMC କର୍ମଚାରୀ ଟଙ୍କଧର ଖମାରୀ ଓ ମକୁନ୍ଦ ଭୋଇ, ପେକ୍ସ୍ କର୍ମଚାରୀ ଭବାନୀ ଶଙ୍କର ସେନାପତି, ଅକ୍ଷୟ ନାଏକ, ଭରତ ନାଏକ ଓ ଯୋଶେଫ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଦୁଇଟି ଚାଷୀ ଅଲେଖ ବିହାରୀଙ୍କ ୭୫ କ୍ୱିଣ୍ଟାଲ୍ ଧାନ ଓ ସୁବ୍ରମନ୍ୟୁ ସାହୁଙ୍କ ୩୦ କ୍ୱିଣ୍ଟାଲ୍ ୨୯ କେଜି ଧାନ କ୍ରୟ ହୋଇଥିବା ପେକ୍ସ୍ ଡିଇଓ ଭବାନୀ ଶଙ୍କର ସେନାପତି କହିଛନ୍ତି। ତେବେ ପ୍ରଥମ ଦିନରେ ଧାନ କ୍ରୟ ସାମାନ୍ୟ ବିଳମ୍ବ ହୋଇଛି। ମଣ୍ଡିକୁ ଧାନ ଆସିବା ପରେ RMC କର୍ମଚାରୀ ଟଙ୍କଧର ଖମାରୀ ଓ ମକୁନ୍ଦ ଭୋଇ ଧାନର ମାନ ପରୀକ୍ଷା କରିବା ପରେ ଧାନ ଓଜନ କରାଯାଇଥିଲା ।

 ସେହିପରି ପ୍ରଥମ ପର୍ଯ୍ୟାୟରେ ନର୍ଲା ପେକ୍ସ୍ ୩୮ ହଜାର୍, ରୁପ୍ରାରୋଡ୍ ପେକ୍ସ୍ ୪୦ ହଜାର୍, ଶାନ୍ତପୁର ପେକ୍ସ୍ ୧୬ ହଜାର୍, ତୁଲାପଡା ପେକ୍ସ୍ ୨୧ ହଜାର୍, ପଲମ ପେକ୍ସ୍ ୧୯ ହଜାର୍, ଭାନପୁର ପେକ୍ସ୍ ୩୯ ହଜାର ୩ ଶହ, ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଭାନପୁର ୧୩ ହଜାର ୫ ଶହ, ଦିବ୍ୟଦୃଷ୍ଟି ସ୍ୱୟଂ ସହାୟକ ଗୋଷ୍ଠୀ ଶାନ୍ତପୁର ୧୦ ହଜାର୍ ଓ ମା’ ମଙ୍ଗଳାଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ତୁଲାପଡାକୁ ୧୩ ହଜାର୍ କ୍ୱିଣ୍ଟାଲ୍ ର ଟାର୍ଗେଟ୍ ଆସିଥିବା ନର୍ଲା M I ଶିବ ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କିଛିଦିନ ମଧ୍ୟରେ ଅନ୍ୟାନ୍ୟ ମଣ୍ଡିମଧ୍ୟ ଖୋଲିବା ପାଇଁ ବ୍ଲକ ସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଫଳକରେ ନାମ ନଥିବାରୁ ସମର୍ଥକ ମାନେ ଫଳକ ଭାଙ୍ଗି ଦେଲେ

Sunil Chandra Nayak

କଳାହାଣ୍ଡି ମାଟିର ପୁଅ  ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ

masiha

ସାଧାରଣ ଜନତା ଙ୍କ ପାଇଁ ସାଇବର ସୁରକ୍ଷା ସଚେତନା କାର୍ଯ୍ୟ କ୍ରମ 

Sunil Chandra Nayak

Leave a Comment

error: Content is protected !!