ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ (ମନିସ )10/11/23 // ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତପୋବନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l

      ନଭେମ୍ବର 22 ତାରିଖରେ ଶ୍ରୀ ମହିମା ଗୋସାଇଁଙ୍କ ତପୋବନ ମେଳା ଅନୁଷ୍ଠିତ ହେବ l ଏହି ସ୍ଥାନରୁ ହିଁ ମହିମା ଧର୍ମର ଧର୍ମଗୁରୁ ମହିମାଗୋସାଇଁ ସାଧନା କରି ସିଦ୍ଧି ପ୍ରାପ୍ତ ହୋଇଥିଲେ l ତେଣୁ ଏହି ମେଳାଟି ମହିମା ଧର୍ମାନୁଲମ୍ବୀ ମାନଙ୍କ ପାଇଁ ଗୁରୁତ୍ୱ ବହନ କରେ l ଏହି ମେଳାରେ ପାଖାପାଖି 6000 ଲୋକଙ୍କ ସମାଗମ ହେବ l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭକ୍ତ ମାନଙ୍କର ସୁବିଧା ପାଇଁ କାଦୁଆ ଠାରୁ ତପୋବନ ମହିମା ପୀଠ ପର୍ଯ୍ୟନ୍ତ ଥିବା ରାସ୍ତାର ମରାମତି କାର୍ଯ୍ୟ ତଥା ରାସ୍ତା ଉପରକୁ ଲମ୍ବି ଆସିଥିବା ଡାଳ କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି l ଯେହେତୁ ପୀଠକୁ ଯିବାପାଇଁ ରାସ୍ତା ଅଧିକ ଚଉଡା ନୁହେଁ ତେଣୁ ଆଇନ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି l ଏହାସହ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ଆଶ୍ରୟ ସ୍ଥଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ କହିଛନ୍ତି l

   ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ଢେଙ୍କାନାଳ ଶ୍ରୀ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ହିନ୍ଦୋଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ତପୋବନ ପୀଠ ର ମୁଖ୍ୟ ବାବା ଶ୍ରୀ ରଘୁନାଥ ଦାସ, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମହିମା ଧର୍ମାନୁଲମ୍ବୀମାନେ ଉପସ୍ଥିତ ଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସର ରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ

masiha

କଣ୍ଟାଝରରେ ବୟସ୍କ ସାକ୍ଷରତା ବିଦ୍ୟାଳୟର ଉଦଘାଟନ

Sunil Chandra Nayak

ରାଉଲକେଲା ସହରରୁ ହକି ବିଶ୍ଵ କପ୍ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉଦେଶ୍ୟରେ ଵାହାରିଥିଵା ସାଇକେଲ ଯାତ୍ରୀ ଙ୍କୁ ସ୍ଵାଗତ ଜଣାଇଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

Leave a Comment

error: Content is protected !!