ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟରେ ବଢୁଛି ଟ୍ୟୁମର, ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ବାଳିକା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପେଟରେ ବଢୁଛି ଟ୍ୟୁମର, ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ବାଳିକା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

ନବରଙ୍ଗପୁର:(୧୩|୫)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ସଦର ବ୍ଳକ ପଡ଼ାଳଗୁଡା ପଞ୍ଚାୟତରେ ଦିବ୍ୟାଙ୍ଗ ଡମୁ ବିଶୋୟୀଙ୍କ ଘର l ତାଙ୍କର ଜନ୍ମରୁ ଦିବ୍ୟାଙ୍ଗ ଝିଅ ରାଜେଶ୍ୱରୀର ପେଟରେ ବଢୁଛି ଟ୍ୟୁମର, ରାତ୍ରିରେ ହେଉଛି ଅସହ୍ଯ ଯନ୍ତ୍ରଣା l ଗରିବ ପରିବାରର ଡମୁଙ୍କ ସ୍ତ୍ରୀ ଏକମାତ୍ର କୁଲି ମଜୁରି କରି ପାଞ୍ଚ ଜଣ ପରିବାର ପ୍ରତିପୋଷଣ କରିବା ପାଇଁ ସମର୍ଥ l ପରିବାର ପ୍ରତିପୋଷଣ କରିବା କୁଲି ମଜୁରି ଟଙ୍କାରେ କଷ୍ଟକର ହେଉଥିବା ବେଳେ ଝିଅର ଚିକିତ୍ସା କରାଇବା ଆହୁରି କଷ୍ଟକର ହୋଇପଡ଼ିଛି l ତେବେ ୧୨ ବର୍ଷର ଝିଅକୁ ଗତ ମାର୍ଚ୍ଚ ୨୭ ତାରିଖରେ ପେଟ ବଥା ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଅଲଟ୍ରା ସାଉଣ୍ଡ କରିବା ପରେ ଜଣା ପଡ଼ିଥିଲା ପେଟରେ ଟ୍ୟୁମର ବଢୁଛି ବୋଲି l କୋରାପୁଟ ବଡ ମେଡିକାଲ କୁ ଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ l ଅର୍ଥାଭାବ ଯୋଗୁଁ ଝିଅକୁ ବଡ ମେଡିକାଲ ନେଇ ଚିକିତ୍ସା କରିବା ସମ୍ଭବ ହୋଇ ପାରୁନି l ଅର୍ଥାଭାବ ଯୋଗୁଁ ରାଜେଶ୍ୱରୀର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ, ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ଦିବ୍ୟାଙ୍ଗ ବାପା ଡମୁ ବିଶୋୟୀ (୪୫)ଆକୁଳ ନିବେଦନ କରିଛନ୍ତି l ବିଶେଷକରି ରାତ୍ରି ସମୟରେ ପେଟର ଯନ୍ତ୍ରଣା ବଢି ଯାଉଥିବାରୁ ଅଧିକ କଷ୍ଟ ପାଉଥିବା ବାପା ଡମୁ କହିଛନ୍ତି l ଗରିବ ପରିବାରର ପାଇଁ ଝିଅର ଚିକିତ୍ସା ବର୍ତ୍ତମାନ ସବୁଠୁଁ ଚିନ୍ତାର ବିଷୟ ପଲଟିଛି l ଗୋଟିଏ ପଟେ ଦିବ୍ୟାଙ୍ଗ ସ୍ଵାମୀ ଅନ୍ୟପଟେ ଦିବ୍ୟାଙ୍ଗ ଝିଅର ଗୁରୁତ୍ତର ରୋଗ l ଏହି ଦୁଃଖ ଭିତରେ ପରିବାର ଅସହାୟ ହୋଇ ପଡିଛି l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଭଳି ଗରିବ ଅସହାୟ ଦିବ୍ୟାଙ୍ଗ ଝିଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ସେହି ଝିଅ ଠିକ୍ ହୋଇ ପାରିବ ବୋଲି ଦିବ୍ୟାଙ୍ଗ ବାପା ଡମୁ କୋହଭରା କଣ୍ଠରେ କହିଛନ୍ତି l ଦିବ୍ୟାଙ୍ଗ ରାଜେଶ୍ୱରୀଙ୍କ ଉତ୍ତମ ଚିକିତ୍ସା ପାଇଁ ସହଯୋଗ କରିବାକୁ ପରିବାର, ପରିଜନଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୪୨ ଜଣିଆ ଟିମ୍ ଙ୍କ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାତ୍ରା

Sunil Chandra Nayak

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

masiha

Leave a Comment

error: Content is protected !!